ମାଲକାନଗିରି, ମାଲକାନଗିରି ସଦର ବ୍ଳକ ଅନ୍ତର୍ଗତ ଗୋରାଖୁଣ୍ଟା ପଞ୍ଚାୟତ କୃଷିବାଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି!ମଳିଥିବା ସୂଚନା ଅନୁଯାୟୀ କୃଷିବାଡା ଗ୍ରାମର ମୁକୁନ୍ଦ ପଡ଼ିଆମୀ ତାଙ୍କ ସ୍ତ୍ରୀ ଦୀପା ପଡ଼ିଆମୀ ଓ ୨ ପିଲାଙ୍କୁ ଧରି ଗତକାଲି ରାତ୍ରରେ ଘରେ ଶୋଇଥିଲେ!ଏହି ସମୟରେ ଏକ ନାଗ ସାପ ଘର ଭିତରେ ପସି ଦୀପା ଙ୍କୁ କାମୁଡି ଦେଇଥିଲା!ବିଷ ଜ୍ୱାଳାରେ ଦୀପା ଚିତ୍କାର କରିବାରୁ ପରିବାର ଅନ୍ୟସଦସ୍ୟ ମାନେ ଉଠି ଦେଖିବା ବେଳକୁ ଘର କଣ ରେ ଗୋଟିଏ ନାଗ ସାପ ରହିଥିଲା!
ସାପକୁ ନମାରି ତାକୁ ସେଠାରୁ ବାହାରକୁ କାଢ଼ିଦେଇ ଦୀପା କୁ ମେଡିକାଲ ନେଇଥିଲେ!ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ!ଖବର ପାଇଁ ପୋଲିସ ମେଡ଼ିକାଲରେ ପହଞ୍ଚି ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ!