
ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଜାମପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଦାନନ୍ଦ ମେହେରଙ୍କୁ ଆଇଡଲ ଏଜୁକେଟର ଆୱାର୍ଡ ୨୦୨୧ ପ୍ରଦାନ କରାଯାଇଛି। ମୁମ୍ବାଇ ସ୍ଥିତ ଏମଭିଏଲଏ ନାମକ ସଂସ୍ଥା ତରଫରୁ ତାଙ୍କୁ ଏକ ଭରଚୁଆଲ ବୈଠକରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ , ଶିକ୍ଷା ସଂଗଠନର ଦୃଢ଼ ନେତୃତ୍ୱ, ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଓ ପ୍ରସାର ତଥା ଅଭିନବ ଓ ନୂତନ ଶିକ୍ଷା ପଦ୍ଧତିରେ ଶିକ୍ଷାଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିଲେ। ଗତବର୍ଷ ଏହି ସଂସ୍ଥା ତରଫରୁ ଗୁରୁ ଗୌରବ ଶିକ୍ଷା ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। ଶ୍ରୀ ମେହେର ଏହି ସମ୍ମାନ ପାଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା ପ୍ରେମୀ ତଥା ଜନସାଧାରଣଙ୍କ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମେହେର ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନିତ ହୋଇ ଗୌରବ ଅର୍ଜନ କରିଥିବାରୁ ବିଭିନ୍ନରେ ପ୍ରଶଂସା ପ୍ରକାଶ ପାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO