-
ବିହାର ଯାଉଥିବା ବସକୁ ଟ୍ରକ ମାରିଲା ଧକ୍କା, ଅନେକ ଆହତ

ବାରାବଙ୍କୀ (ଉତର ପ୍ରଦେଶ), ଉତର ପ୍ରଦେଶର ବାରାବଙ୍କୀ ଜିଲ୍ଲାରେ ଗତ ରାତି ୧.୩୦ରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଠିଆ ହୋଇଥିବା ଏକ ଭଲଭୋ ବସକୁ ଏକ ଟ୍ରକ ଧକ୍କା ଦେଇଛି । ଏହା ଫଳରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ବସରେ ଥିବା ଯାତ୍ରୀ ମାନେ ବିହାରର ବିଭିନ୍ନ ଜିଲ୍ଲାର ନିବାସୀ ।
ଏହି ଦୁର୍ଘଟଣା ରାମସ୍ନେହୀ ଥାନା କ୍ଷେତ୍ରର କଲ୍ୟାଣୀ ନଦୀ ହାଇବେ ଠାରେ ଘଟିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ସେଠାରେ ପହଂଚି ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତି କରିଥିବା ଜଣା ପଡିଛି ।ବାରାବଙ୍କୀର ଏସପି ଯମୁନା ପ୍ରସାଦ କହିଛନ୍ତି ଯେ ଏହି ବସ ହରିଆଣାରୁ ବିହାର ଯାଉଥିଲା । ରାସ୍ତାରେ ବସରେ ଯାନ୍ତ୍ରିକ ତ୍ରୁଟି ଆସିବାରୁ ରାସ୍ତା କଡରେ ଠିଆ ହୋଇଥିଲା । ଟ୍ରକ ଏହି ବସକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO