
ମାଲକାନଗିରି, ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ରାତିଦିନ କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ ବିଦେଶରେ ବିଭିନ୍ନ ସୂଚନା ଦେଉଛନ୍ତି! ଯେଉଁଠି କିଛି ଘଟଣା ସରକାର କିମ୍ବା ପ୍ରଶାସନ ଜାଣି ପାରୁନାହାନ୍ତି ସେଠି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଘଟଣା ସମ୍ବନ୍ଧରେ ସରକାର ଏବଂ ଜିଲା ପ୍ରଶାସନକୁ ଅବଗତ କରି ଅନେକ ବଡ଼ବଡ଼ ଘଟଣାର ସମାଧାନ ଏବଂ ସଂଶୋଧନ କରି ପାରୁଛନ୍ତି ।
ଚତୁର୍ଥସ୍ତମ୍ଭ ଗଣତନ୍ତ୍ରର ରକ୍ଷାକବଚ। କିନ୍ତୁ କେତେକ ବିଶୃଙ୍ଖୁଳିତ ପୋଲିସ ଅଧିକାରୀ ରାଜ୍ୟରେ ଅନେକ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରି ଆସୁଥିବା ନଜିର ରହିଛି।ମାଲକାନଗିରି ଜିଲାରେ ୧୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ନିକଟରେ କେନ୍ଦ୍ରାପଡ଼ାଠାରେ ଜଣେ ମହିଳା ପୋଲିସ ସର୍ବସାଧାରଣରେ ଜଣେ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେହିପରି ପୁରୀ ଜିଲା ଗୋପ୍ ଥାନା ଅଧିକାରୀ ଜଣେ ସାମ୍ବାଦିକଙ୍କୁ ଗୁଳିକରି ମାରିଦେବା ଧମକ,ଫୁଲବାଣୀରେ ଜଣେ ମହିଳା ଆର.ଆଇ ସମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ମୋବାଇଲ୍ ଛଡ଼ାଇ ନେବା ଘଟଣା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ରବିବାର ମାଲକାନଗିରି ଅତିରିକ୍ତ ଜିଲାପାଳ ବୀରସେନ୍ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO