
ଗଞ୍ଜାମ, ଅହମ୍ମଦାବାଦ ନିକଟବର୍ତି ଅଂଚଳରୁ ଦୁଇ ଜଣ ମହିଳା ନିଖୋଜ ହୋଇଥିବା ନେଇ ଆଦାଓ ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ମହିଳାଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏନେଇ ମାମଲା ଦାୟର୍ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଗୁଜୁରାଟ ପୋଲିସର ଏକ ୫ ଜଣିଆ ଟିମ୍ ଓ ନିଖୋଜ ମହିଳାଙ୍କ ସ୍ୱାମୀ ଗତକାଲି ବ୍ରହ୍ମପୁରରେ ପହଂଚି ଥିଲେ । ସେମାନେ ମହିଳାଙ୍କ ମୋବାଇଲ୍ ଫୋନ୍ ଟ୍ରାକିଂ କରି ବ୍ରହ୍ମପୁରରେ ରହୁଥିବା ଜାଣିପାରିଥିଲେ ।
ପୋଲିସ ଟିମ୍ ଗୋଷାଣିନୂଆଗାଁ ଥାନା ପୋଲିସ ସହାୟତାରେ ତୋଟାସାହିର ଏକ ଭଡ଼ା ଘରେ ରହୁଥିବା ଦୁଇ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ସହିତ ଆସିଥିବା ଦୁଇ ଯୁବକଙ୍କୁ ପୋଲିସ କାବୁ କରିଥିଲା । ମହିଳାଙ୍କ ସ୍ୱାମୀ ସେମାନଙ୍କୁ ଚିହ୍ନଟ କରିଥିଲେ । ଇଲୁ ପ୍ରଧାନଙ୍କୁ ଗୁଜୁରାଟ ପୋଲିସ ନେଇ ଗୁଜୁରାଟ ହାଇକୋର୍ଟରେ ହାଜର କରିବ । ଗତ ୨୦ ଦିନ ହେବ ଇଲୁ ଦୁଇ ମହିଳା ଓ ଶିଶୁଙ୍କୁ ଆଣି ତୋଟାସାହିରେ ଏକ ଭଡ଼ା ଘରେ ରହିବା ସହ ସେଠାରେ ଏକ ଚା ଦୋକାନ ଖୋଲିଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO