
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ଗୁଜରାଟରେ ରେଳପଥର ଅନେକ ପ୍ରମୁଖ ପ୍ରକଳ୍ପ ଉଦଘାଟନ କରି ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମରେ ସେ ଗୁଜରାଟ ସାଇନ୍ସ ସିଟିରେ ଆକ୍ୱାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରି ଏବଂ ନେଚର ପାର୍କକୁ ମଧ୍ୟ ଉଦଘାଟନ କରିବେ ।
ଏହି ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ନୂଆକରି ପୁନଃ ବିକଶିତ ହୋଇଥିବା ଗାନ୍ଧିନଗର ରାଜଧାନୀ ରେଳଷ୍ଟେସନ, ଗଜ ପରିବର୍ତିତ ତଥା ବିଦ୍ୟୁତିକୃତ ମେହସାଣା-ବରେଠା ଲାଇନ ଓ ନୂଆକରି ବିଦ୍ୟୁତିତିକରଣ ହୋଇଥିବା ସୁରେନ୍ଦ୍ରନଗର-ପିପାଭାବ ସେକ୍ସନ ସାମିଲ ରହିଛି ।
ପ୍ରଧାନମନ୍ତ୍ରୀ ଦୁଇଟି ନୂଆ ଟ୍ରେନ ଯଥା ଗାନ୍ଧିନଗର ରାଜଧାନୀ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଓ ଗାନ୍ଧିନଗର ରାଜଧାନୀ ଓ ବରେଠା ମଧ୍ୟରେ ମେମୁ ସର୍ଭିସ୍ ଟ୍ରେନଗୁଡ଼ିକର ଚଳାଚଳକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO