-
ଜଙ୍ଗଲକୁ ଡାକି ନେଇ ହତ୍ୟା, ଅଭିଯୁକ୍ତ ଗିରଫ

ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଏସ. ଗୋପାଳପୁର ପଚାଂୟତ ରତନେଇ ମନ୍ଦିର ପାହାଡ଼ରେ ଗତ ମାର୍ଚ୍ଚ ୧୫ ତାରିଖରେ ବନିତା ଗୌଡ ନାମ୍ନୀ ଜଣେ ୪୦ ବର୍ଷିୟା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା । ସରପଚଂ ନିରାକାର ପ୍ରଧାନଙ୍କ ଏତଲା କ୍ରମେ ପୋଲିସ କେସ୍ ନଂ ୫/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଜାରୀ ରଖିଥିଲା । ଦୀର୍ଘ ୪ ମାସ ପରେ ଏହି ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ । ବନିତାଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ଓ ପରେ ତାଙ୍କୁ ଜଙ୍ଗଲକୁ ଡାକି ନେଇ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡିଛି । ଘଟଣାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ତଥା ବିବାହିତ ଆମ୍ବ ଗାଁ ଗ୍ରାମର ଡାକ ଭୂୟାଁ (୪୬)କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଆସିକା ଏସଡ଼ିପିଓ ଉମାଶଙ୍କର ସିଂହ ପାଟପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO