
ମାଲକାନଗିରି,ମାଲକା ନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରୋଲ ଗାଁ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ୬ ମାସ ପୂର୍ବେ ପ୍ରେମ ବିବାହ କରିଥିଲେ ଅକ୍ଷୟ ଓ ଚନ୍ଦନା l ପରିବାର ଲୋକେ କହିବା ଅନୁଯାୟୀ ୧୧ଦିନ ପୂର୍ବେ ଚନ୍ଦନା କାହାକୁ କିଛି ନ କହି କେଉଁ ଆଡେ ଚାଲିଯାଇଥିଲା l ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ଗଳିତ ଶବର କିଛି ଅଂଶ ଦଉଡିରେ ଲାଗିଥିବା ବେଳେ ଅବଶିଷ୍ଟ ଶରୀର ମାଟିରେ ପଡ଼ିଥିବା ଦେଖିଥିଲେ । ଏସମ୍ପର୍କରେ ଛେଳି ଚରେଇବାକୁ ଯାଇଥିବା ବୃଦ୍ଧ ଜଣକ ଗ୍ରାମବାସୀଙ୍କୁ ଅବଗତ କରିଥଲେ । ଖବର ପାଇଁ ଗ୍ରାମବାସୀ ସେଠାରେ ପହଁଚି ଉକ୍ତ ମହିଳାଙ୍କ ଗଳୀତ ଶବର ପରିଚୟ ପାଇଁଥିଲେ । ମୂତଦେହ ମିଳିବାପରେ ଗ୍ରାମବାସୀ ଓର୍କେଲ ଥାନରେ ଏନେଇ ସୁଚନା ଦେଇଥିଲେ । ସୂଚନା ପାଇ ଓର୍କେଲ ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି l ବର୍ତ୍ତମାନ ଏହାର ତଦନ୍ତ ଜାରି ରଖିଥିବା ଓର୍କେଲ ଥାନା ଅଧିକାରୀ ଜନ୍ ଖାଜୁର ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO