
ମାଲକାନଗିରି, ନାବାଳିକା ର ଅଶ୍ମୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଏମଭି ୧୦୭ ଗ୍ରାମର ଯାଦବ ମିର୍ଦ୍ଧା ଦେଢ଼ ମାସ ତଳେ ଜଣେ ନାବାଳିକା ସହିତ ଶାରୀରିକ ସଂପର୍କ ରଖିଥିଲା । ଶାରୀରିକ ସଂପର୍କ ରଖିବା ସମୟରେ ଯାଦବ ଏହାକୁ ମୋବାଇଲରେ ଭିଡିଓ ରେକର୍ଡି କରିଥିଲେ l ପରେ ପରେ ଯାଦବ ଓ ତାର ଜଣେ ନାବାଳକ ସାଙ୍ଗ ନାବାଳିକାର ଅନ୍ତରଂଗ ମୁହୁର୍ତ୍ତର ଭିଡିଓକୁ ଭାଇରାଲ କରିଥିଲେ l ନାବାଳିକାର ଅଶ୍ମୀଳ ଭିଡିଓ
ଭାଇରାଲ ଖବର ପରିବାର ଲୋକେ ଜାଣିବା ପରେ ନାବାଳିକାର ବାପା କାଲିମେଳା ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ l ଲିଖିତ ଅଭିଯୋଗ ଆଧାରରେ ପୋଲିସ ନାବାଳିକାର ଡାକ୍ତରୀ ପରୀକ୍ଷା କରିଥିଲେ l କାଲିମେଲା ଥାନାରେ ମାମଲା ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତ ଏବଂସିସିଏଲର ମୋବାଇଲ୍ ଫୋନ୍ ଓ ଭିଡିଓ କ୍ଲିପ ଜବତ କରାଯାଇଛି। ଯାଦବ ଓ ତାର ନାବାଳକ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର କାଲିମେଳା ଥାନା ଅଧି କାରୀ ଜଗଦିଶ ବାରା ସୁଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO