
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଘଟଗାଁ ରେଞ୍ଜ ଦେଉବନ୍ଧ ଫରେଷ୍ଟ ଅନ୍ତର୍ଗତ ପିଟାପିଟି ଗ୍ରାମରେ ବିଳମ୍ବିତ ରାତିରେ ହାତୀପଲ ଅନେକ ଲୋକଙ୍କ ଚାଷଜମିରେ ପଶି ଧାନତଳି ଦଳି ଚକଟି ନଷ୍ଟ କରିଦେଇଛନ୍ତି । ୫ ଟିକିଆ ହାତୀପଲ ଗ୍ରାମ ମଧ୍ୟରେ ପଶି ଲୀଳାବତୀ ନାଏକ, ବାମନ ସାହୁଙ୍କ କିଆରିରେ ଲାଗିଥିବା ଧାନତଳି ଦଳି ଚକଟି ଦେଇଥିବା ବେଳେ ଗ୍ରାମର ବଳଭଦ୍ର ସାହୁଙ୍କ ବଗିଚାରେ ପଶି କଦଳୀ ଗଛ, ଭେଣ୍ଡି, ବାଇଗଣ, ମକାଗଛ ନଷ୍ଟ କରିଛନ୍ତି । ଚଳିତ ବର୍ଷ ହରିଚନ୍ଦନପୁର ଅଞ୍ଚଳରେ କମ୍ ବର୍ଷା ହେଉଥିବାରୁ ଧାନ ତଳି ପକାଇ ଚାଷୀ ବିଲରେ ତଳି ରୋଇବାକୁ ଅପେକ୍ଷା କରିଥିବା ବେଳେ ହାତୀପଲ ତଳି କିଆରୀ ମାଡ଼ିଦଳି ଦେଇଥିବାରୁ ଚାଷ କାର୍ଯ୍ୟ କରିବା କଷ୍ଟକର ହୋଇପଡ଼ିଛି । ଏହା ପୂର୍ବରୁ ହାତୀପଲ କାଳିମାଟି, ଚକ୍ରଧରପୁର ଗ୍ରାମରେ ଧାନତଳି ନଷ୍ଟ କରିଥିଲେ । ଅନ୍ୟପଟେ ଏହି ହାତୀପଲ ଦିନ ବେଳେ ନରଣପୁର ହରିଚନ୍ଦନପୁର ଭିଆଇପି ରାସ୍ତାର ପାର୍ଶ୍ଵରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ହେଲେ ସନ୍ଧ୍ୟା ପରେ ଏହି ହାତୀପଲ ଗାଁ ମୁହାଁ ହେଉଥିବା ନେଇ ଏଠାକାର ଲୋକମାନେ ଭୟଭୀତ ଅବସ୍ଥାରେ ବସବାସ କରୁଥିବା ଦେଖିବାକୁ ମିଳିଛି । ହାତୀପଲଙ୍କ ଉପରେ ବନବିଭାଗର ନଜର ଥିବା ସତ୍ତ୍ବେ ଏମାନେ ଫସଲ ନଷ୍ଟ କରିଆସୁଥିବା ଏବଂ ଏମାନଙ୍କ ଉପରେ ବନବିଭାଗର ଦୃଷ୍ଟି କିପରି ପଡୁନାହିଁ ତାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି । ତେଣୁ ବେଳ ଥାଉଁ ଥାଉଁ ବନବିଭାଗ ପକ୍ଷରୁ ତତ୍ପରତା ସହ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଏଠାକାର ଅଞ୍ଚଳବାସୀ ଦାବି କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO