କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ତିନିରଥର ‘ପ୍ରଭା’ରେ ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଅଛି।ଏଥିସହ ତିନିରଥର ବେଦୀ ପାର୍ଶ୍ୱ ପଟାତଳେ ହଂସ ପଟା ଵାଡ଼ିଆ ସମ୍ପୂର୍ଣ୍ଣ ହୋଇଅଛି। ନନ୍ଦିଘୋଷ ରଥର ବିଜେ ଚକା ନିର୍ମାଣ ଶେଷ ହୋଇଅଛି। ନନ୍ଦିଘୋଷ ରଥର ପ୍ରଭା ଗୁଣ୍ଠି ନିର୍ମାଣ ଶେଷ ହୋଇଥିଲା ଆଜି ବାଲି କାଗଜ ଦ୍ୱାରା ଗୁଣ୍ଠି ଗୁଡିକର ପଲିସ କାର୍ଯ୍ୟ ଶେଷ ହୋଇଅଛି ।ଏଥିସହ ଆଜି ଶ୍ରୀ ମନ୍ଦିର ପ୍ରଶାସନ ଅଧିକ୍ଷଣ ଯନ୍ତ୍ରୀ ସହ ଅନୁଧ୍ୟାନ ଟିମ ତିନିରଥର ନିର୍ମାଣ କାର୍ଯ୍ୟ ରେ କେଉଁଠି କଣ ତ୍ରୁଟି ରହିଛିକି ନାହିଁ ଅନୁଧ୍ୟାନ କରିବାସହ ମୁଖ୍ୟ ମହାରଣା ମାନଙ୍କସହ ଆଲୋଚନା କରିଥିଲେ।ଆଜି ଚିତ୍ରକାର ସେବକ ମାନେ ତିନିରଥର ପ୍ରଭାରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବାସହ ତିନିରଥ ର ଚକରେ ପଦ୍ମ ପାଖୁଡା ଚିତ୍ର ରେ ରଙ୍ଗ ଦେବା କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଘୋଡା କ୍ଳାମ୍ପ ନିର୍ମାଣ ସାରି ଯୋଗାଇ ଛନ୍ତି। ଦରଜୀ ସେବକ ମାନେ ତିନିରଥର ଦୁଆର ବେଢା ପାଇଁ କନା କଟିଙ୍ଗ ପରେ ଲେସ କାମ କରୁଛନ୍ତି।