ମାଲକାନଗିରି, ଟୀକାକରଣ କେନ୍ଦ୍ରରେ ଦେଖିବାକୁ ମିଳିଛି ଅନିୟମିତତା । ଟୀକା ନେବାକୁ ଆସିଥିବା ଲୋକମାନେ ମାନୁ ନାହାନ୍ତି କୋଭିଡ ଗାଇଡ଼ ଲାଇନ୍ । ଟୀକା ନେବା ପାଇଁ ଆସିଥିବା ଜଣେ ମହିଳା ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଈକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ।ମିଳିଥିବା ସୂଚନା ଅନୁସାରେ, କୋଈକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ କୋଭିଡ ଟୀକା ନେବା ପାଇଁ ଅହେତୁକ ଜନଗହଳି ଏଠାରେ ଦେଖିବାକୁ ମିଳିଥିଲା । ଏଠାରେ ଟୀକା ନେବାକୁ ଆସିଥିବା ଲୋକମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତା ନ ଥିଲା କି ଲୋକମାନେ ଠିକ ଭାବରେ ମାସ୍କର ବ୍ୟବହାର ମଧ୍ୟ କରି ନଥିଲେ । ଏହି ଜନ ଗହଳି ମଧ୍ୟରେ ଜଣେ ମହିଳା କାନ୍ଥ ପାଖରେ ଠିଆ ହୋଇଥିଲେ । ଲୋକଙ୍କ ଭିଡ଼ ବଢ଼ୁଥିବା ବେଳେ ମହିଳା ଜଣକ କାନ୍ଥ ସହ ଲାଗି ଠିଆ ହୋଇଥିଲେ । ଏହି ସମୟରେ ମହିଳାଙ୍କ ଉପରେ କଂକ୍ରିଟର ତାଜା ଖସି ପଡିଥିଲା । ଯାହା ଫଳରେ ମହିଳା ଜଣକ ଘଟଣାସ୍ଥଳରେ ହିଁ ଗୁରୁତର ଭାବେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଲୋକମାନେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସମ୍ପ୍ରତି ସେ ସେଠାରେ ଚିକିତ୍ସାଧିନ ରହିଛନ୍ତି ।
Related Stories
May 17, 2024