
ମାଲକାନଗିରି, ଟୀକାକରଣ କେନ୍ଦ୍ରରେ ଦେଖିବାକୁ ମିଳିଛି ଅନିୟମିତତା । ଟୀକା ନେବାକୁ ଆସିଥିବା ଲୋକମାନେ ମାନୁ ନାହାନ୍ତି କୋଭିଡ ଗାଇଡ଼ ଲାଇନ୍ । ଟୀକା ନେବା ପାଇଁ ଆସିଥିବା ଜଣେ ମହିଳା ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଈକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ।ମିଳିଥିବା ସୂଚନା ଅନୁସାରେ, କୋଈକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ କୋଭିଡ ଟୀକା ନେବା ପାଇଁ ଅହେତୁକ ଜନଗହଳି ଏଠାରେ ଦେଖିବାକୁ ମିଳିଥିଲା । ଏଠାରେ ଟୀକା ନେବାକୁ ଆସିଥିବା ଲୋକମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତା ନ ଥିଲା କି ଲୋକମାନେ ଠିକ ଭାବରେ ମାସ୍କର ବ୍ୟବହାର ମଧ୍ୟ କରି ନଥିଲେ । ଏହି ଜନ ଗହଳି ମଧ୍ୟରେ ଜଣେ ମହିଳା କାନ୍ଥ ପାଖରେ ଠିଆ ହୋଇଥିଲେ । ଲୋକଙ୍କ ଭିଡ଼ ବଢ଼ୁଥିବା ବେଳେ ମହିଳା ଜଣକ କାନ୍ଥ ସହ ଲାଗି ଠିଆ ହୋଇଥିଲେ । ଏହି ସମୟରେ ମହିଳାଙ୍କ ଉପରେ କଂକ୍ରିଟର ତାଜା ଖସି ପଡିଥିଲା । ଯାହା ଫଳରେ ମହିଳା ଜଣକ ଘଟଣାସ୍ଥଳରେ ହିଁ ଗୁରୁତର ଭାବେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଲୋକମାନେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସମ୍ପ୍ରତି ସେ ସେଠାରେ ଚିକିତ୍ସାଧିନ ରହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO