
କେନ୍ଦୁଝର, ବେଆଇନ ଗୋ ଚାଲାଣ ଧରାପଡିଛି । ଚାଲାଣ ବେଳେ ପ୍ରାୟ ୧୦୦ ଗୋରୁଙ୍କୁ ଗ୍ରାମବାସୀ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ପୋଲିସର ଜିମା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।୪୯ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବିଞ୍ଜବାହାଳ ଗ୍ରାମ ନିକଟରେ ଗୋଟିଏ ବୋଝେଇ କଂଟେନର ଯାଉଥିବା ସମୟରେ ଗତକାଲି ରାତିରେ ଏଠାରେ ଯାନ୍ତ୍ରିକ ତୃଟୀ ଯୋଗୁଁ ଅଟକି ରହିଥିଲା । ଭୟରେ ଗାଡିର ଡ଼୍ରାଇଭର ଓ ହେଲପର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଆଜି ସକାଳୁ ଗ୍ରାମର ଲୋକମାନେ କଂଟେନର ଭିତରୁ କିଛି ଶବ୍ଦ ଶୁଣି କଂଟେନର ଉପରେ ଚଢ଼ି ସେଥିରେ ପ୍ରାୟ ୧୦୦ ଗୋରୁ ଥିବାର ଦେଖିବାକୁ ପାଇଥିଲେ । ଗ୍ରାମବାସି ସୁରକ୍ଷିତ ଭାବେ ଗୋରୁଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି କଂଟେନର ଓ ଉଦ୍ଧାର ଭୋରୁଙ୍କୁ ନିଜ ହେପାଜତରେ ନେଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO