
ଭୁବନେଶ୍ୱର, ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ମାତ୍ରାଧିକ ପ୍ରତିକ୍ଷା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି ।ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ ୦୮୫୮୫/୦୮୫୮୬ ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିସସ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ଜୁଲାଇ ମାସ ୫ ତାରିଖ (ସୋମବାର) ରାତ୍ରି ୮ଘ.୩୦ମି.ରେ ଛାଡି ୭ ଜୁଲାଇ (ବୁଧବାର) ଦିନ ଭୋର ୩ଘ.୪୦ମି.ରେ ଉଦନାରେ ପହଂଚିବ । ଫେରିବା ମାର୍ଗରେ ଟ୍ରେନ ଉଦନା ଠାରୁ ୭ ଜୁଲାଇ ଦିନ ସକାଳ ୬ ଘଟିକାରେ ଛାଡି ୮ ଜୁଲାଇ ଦିନ ଅପରାହ୍ନ ୩ଘ.୪୦ମି.ରେ ଖୋର୍ଦ୍ଧା ରୋଡରେ ପହଂଚିବ ।
ଏହି ଟ୍ରେନରେ ଗୋଟିଏ ଉଭୟ ପ୍ରଥମ ଏବଂ ୨ୟ ଏସିର କମ୍ପୋଜିଟ୍ କୋଚ୍, ଗୋଟିଏ ଏସି-୨ ଟାୟାର, ଚାରିଟି ଏସି -୩ ଟାୟାର୍ , ଆଠଟି ସ୍ଲିପର୍ କ୍ଲାସ୍, ଚାରିଟି ସେକେଣ୍ଡ୍ କ୍ଲାସ୍ ସିଟିଂ, ଗୋଟିଏ ଗାର୍ଡ ତଥା ଲଗେଜ୍ ଭ୍ୟାନ ଏବଂ ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗ କୋଚ୍ ଉପଲବ୍ଧ ଥିବାବେଳେ ଏହା ଖୋର୍ଦ୍ଧା ରୋଡ ଓ ଉଦନା ମଧ୍ୟରେ ଉଭୟ ପାର୍ଶ୍ୱରୁ ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ରାୟଗଡା, କେସିଙ୍ଗା, ଟିଟିଲାଗଡ, କାଂଟାବାଞ୍ଜି, ଖରିଆର ରୋଡ୍, ମହାସମୁନ୍ଦ, ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ବଦନେରା, ଅକୋଲା, ଭୁସାବଳ, ଜଲଗାଓଁ ଓ ନନ୍ଦୁରବାର ଷ୍ଟେସନ ମାନଙ୍କରେ ରହଣି କରିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO