
ମାଲକାନଗିରି,ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭ ୯ ସ୍ଥିତି ଅଙ୍ଗନବାଡି କେନ୍ଦ୍ରରେ କର୍ମୀଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି!ଗତ ୩ ମାସ ହେଲା ଏମଭି ୭ ୯ ଜଳସେଚନ କଲୋନୀ ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁ ଙ୍କୁ ଅଣ୍ଡା ପ୍ରଦାନ କରାଯାଇନଥିବା ନେଇ ସଂଗୀନ ଅଭିଯୋଗ ହେଉଛି!ସାମ୍ପ୍ରତିକ କରୋନା ସମୟରେ ଶିଶୁ ଓ ଗର୍ଭବତୀ ମହିଳା ଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ସରକାର କେନ୍ଦ୍ର ବନ୍ଦ ସତ୍ୱେ ଘରକୁ ଘର ବୁଲି ଅଣ୍ଡା ବାଣ୍ଟିବା ପାଇଁ ନିର୍ଦ୍ଧେଶ ଜାରି କରିଥିବାବେଳେ ଉକ୍ତ ଅଙ୍ଗନବାଡି କର୍ମୀ କାହା ସାହସ ରେ ଗତ ୩ ମାସ ହେଲା ଅଣ୍ଡା ପ୍ରଦାନ କରିନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି!ଉକ୍ତ କର୍ମୀଙ୍କୁ ପଚାରିବାରୁ ସେ କହି ଛନ୍ତି ଯେ ଅଣ୍ଡା ବାବଦରେ କାର୍ଯ୍ୟାଳୟରୁ ଅର୍ଥ ପାଇଁ ନଥିବା ଯୋଗୁଁ ସେ ଅଣ୍ଡା କିଣି ଯୋଗାଇ ପାରୁନାହାନ୍ତି! ଜିଲ୍ଲାର ସମସ୍ତ କେନ୍ଦ୍ରରେ କର୍ମୀ ମାନେ ଆଗତୁରା ଅଣ୍ଡା ଆଣି ବିଲ ପୈଠ କଲେ ସେମାନେ ଅର୍ଥ ପାଉଛନ୍ତି, କିନ୍ତୁ ଏହି କେନ୍ଦ୍ର ରେ ଏହାର ବ୍ୟତିକ୍ରମ କାହିଁକି ବୋଲି ଆଲୋଚନା ହେଉଛି!ଅଙ୍ଗନବାଡି କର୍ମୀଙ୍କ ଦାଇତ୍ୱହୀନତା ଯୋଗୁଁ ଗର୍ଭବତୀ ମହିଳା ଓ ଶିଶୁ ଙ୍କ ଜୀବନ ବିପଦ କୁ ଠେଲି ହୋଇଯାଇଛି!ଏହା ପଛରେ ଅଙ୍ଗନବାଡି କର୍ମୀଙ୍କ ସହ ସିଡ଼ିପିଓ ଓ ସୁପରଭାଇଜର ଙ୍କ ମଧୁଚନ୍ଦ୍ରିକା ଏକମାତ୍ର କାରଣ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି!ଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ଉକ୍ତ କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଶିଶୁ ଓ ଗର୍ଭବତୀ ମହିଳା ଯେପରି କରୋନା କାଳରେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO