
ମାଲକାନଗିରି, ମାଲକାନଗିରି ଥାନା ଅନ୍ତର୍ଗତ ଚାଲାଣଗୁଡା ଠାରେ ମୋଟର ସାଇକେଲ ଦୃଘଟଣାରେ ଗାଡି ଚାଳକ ଗୁରୁତର ଆହତ ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରେ ଭର୍ତିହୋଇଥିବା ଜଣାପଡିଛି!ଆହତ ଗାଡି ଚାଳକ ଜଣଙ୍କ ଉଙ୍ଗା ପଡିଆମୀ ଧଙ୍ଗଦାଡ଼ାବାଟା ଗ୍ରାମ ର ବୋଲି ଦୁର୍ଘଟଣା ସ୍ଥଳରେ ଥିବା ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଜଣାପଡିଛି । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣା ପଡ଼ିନଥିଲେ ମଧ୍ୟ ବାଇକ ଚାଳକଜଣଙ୍କ ମୁଣ୍ଡ ଫାଟି ସେ ସଜ୍ଞାହିନ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଥିଲେ ଏହା ଦେଖି ସ୍ଥାନୀୟ ଯୁବକମାନେ ଦୁର୍ଘଟଣାସ୍ଥଳରୁ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଘଟଣା ସମ୍ପର୍କରେ ଖବରପାଇଁ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରି ଦୃଘଟଣା ର ତଦନ୍ତ ଚଳାଇଛି!ପ୍ରକାଶ ଥାଉକି ଗତ କିଛି ଦିନ ହେଲାଣି ନିୟମିତ ଭାବେ ଚାଲାଣ ଗୁଡା ଠାରେ ଗାଡି ଦୃଘଟଣା ଘଟୁଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO