
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲା ଓ ଜିଲ୍ଲା ସୁକମା ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳ ଚାନ୍ଦାମେଟା , ପଟେଲପାରା, ଗଡମେପାରା, ଆଣ୍ଡାଲପାରା, ତୁଲସୀ ପାହାଡ଼ ପାୟାରବତ୍ ଏବଂ ଏହାର ଆଖପାଖ ଅଞ୍ଚଳରେ କାଙ୍ଗେରଘାଟି ଏରିଆ କମିଟିର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ କୁ ସୂଚନା ମିଳିବା ପରେ ବସ୍ତର ଓ ଦାନ୍ତେୱାଡା ଡିଆରଜି ଟିମ୍, ଜିଲ୍ଲା ପୋଲିସ୍ ଫୋର୍ସ ସୁକମା, ସିଆରପିଏଫ ଯବାନ ମିଳିତ ଅପେରସନ ରେ ଯାଇଥିଲେ l ଆଜି ସକାଳେ ଚାନ୍ଦମେଟା ଏବଂ ପୟାରବତ ଜଙ୍ଗଲ ମଧ୍ୟରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା!ଏଥିରେ ଯବାନ ଗୁଳିର ସାମନା କରି ନପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ!ପରେ ଯବାନ ମାନେ ଉକ୍ତ ଅଞ୍ଚଳରେ ସର୍ଚିଙ୍ଗ କରିବା ବେଳେ ଜଣେ ମହିଳା ମାଓବାଦୀ ର ଶବ, ଗୋଟିଏ ଏକେ 47 ରାଇଫଲ, ଦୁଇଟି ପିସ୍ତଲ, ୧ ୨ ବୋର ବନ୍ଧୁକଗୋଟିଏ , ଏବଂ ବହୁ ପରିମାଣର ମାଓବାଦୀ ବ୍ୟ ବହୃତ ସାମଗ୍ରୀ ଉଦ୍ଧାର କରିଥିଲେ । ବର୍ତମାନ ଘଟଣା ସ୍ଥଳରେ ସର୍ଚିଙ୍ଗ ଜୋରଦାର ଚାଲିଥିବା ବସ୍ତର ଆଇଜି ପି,ସୁନ୍ଦରରାଜ ସୂଚନା ଦେଇଛନ୍ତି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO