
ମାଲକାନଗିରି, ଗତ ବୁଧବାର ଦିନ ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ଧରି ଅବ୍ୟବହୃତ ମେଡ଼ିସିନ୍ କୁ ମେଡିକାଲ ପରିସରରେ ଏକ ବଡ ଗାତ ଖୋଳି ପୋତିଦେବା ଘଟଣା କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଜ ମୋବାଇଲ ରେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପଡିଆ ମେଡିକାଲ ରେ ପହଞ୍ଚି ପୋତା ଯାଇଥିବା ମେଡିସିନ କୁ ଗାତ ରୁ ବାହାର କରିବା ସହ ଏକ ତଦନ୍ତ ରିପୋର୍ଟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରେ ଦାଖଲ କରିଥିବା ଜଣାପଡିଛି। ସୂଚନା ମୁତାବକ ଗତ ବୁଧବାର ଦିନ ମେଡିକାଲ କର୍ତ୍ତୁପକ୍ଷ ଲୋକଙ୍କ ପାଇଁ ମହଜୁଦ୍ ଥିବା ଲକ୍ଷାଧିକ ଟଙ୍କାର ମେଡ଼ିସିନ ଲୋକଙ୍କ ଆବଶ୍ୟକତା କୁ ମେଣ୍ଟାଇବା ପରିବର୍ତେ ଦୀର୍ଘଦିନ ଧରି ମହଜୁଦ ଥିବା ମେଡ଼ିସିନ କୁ ମେଡିକାଲ ପରିସରରେ ୮ ରୁ ୧୦ ଫୁଟ ଗାତ ଖୋଳି ପୋତିଦେଇ ଥିଲେ । ଏହି ଘଟଣା ସମ୍ପର୍କିତ ତଥ୍ୟ କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଜ ମୋବାଇଲ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏଥିସହ ମେଡିକାଲ ରେ ଆସୁଥିବା ରୋଗୀ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, ଉଚିତ୍ ମେଡ଼ିସିନ୍ ଦେବା ବଦଳରେ ମେଡିକାଲ କର୍ତ୍ତୃପକ୍ଷ ମେଡ଼ିସିନ୍ ଷ୍ଟୋର ରୁ କିଣିବାକୁ ନିର୍ଦ୍ଦେଶ ଦେଉଥିବା ପଡିଆ ଗ୍ରାମର ତୁଷାରକାନ୍ତ ଚୌଧୁରୀ, ସୁରେଶ ବାଘ, ହରିଦାସ ମଣ୍ଡଲ, କୁମେର ସତ୍ୟ, ଏନ୍ ରବି ନାରାୟଣ, ତୁଳାରାମ ଛତ୍ରୀୟା ଓ ମନୀଷ ପାଇକ ପ୍ରମୁଖ କହିଛନ୍ତି। ଗର୍ତ୍ତରେ ପୋତା ଯାଇଥିବା ମେଡ଼ିସିନ୍ ଗୁଡିକ ଏକ୍ସପାରୀ ହୋଇଯାଇଥିବା ବେଳେ କିଛି ଗ୍ଲୁକୋଜ ପ୍ୟାକେଟ୍ ଓ ଅନ୍ୟାନ୍ୟ ଭିଟାମିନ୍ ମେଡ଼ିସିନ୍ ଗୁଡିକର ଏକ୍ସପାରୀ ହୋଇନଥିବା କୁହାଯାଉଛି। ଅନ୍ୟପଟେ ପୋତା ଯାଇଥିବା ମେଡିସିନ ଗୁଡିକ ଦୀର୍ଘଦିନ ଧରି ନଷ୍ଟ ହୋଇଯାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଗୁଡିକ ପୋତା ଯାଇଥିଲା ବୋଲି ମେଡିକାଲ କତୃପକ୍ଷ କହିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଆଜି ମାଲକା ନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଏଡିଏମଓ ଶିବ ପ୍ରସାଦ ମହାରଣା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଘଟଣାର ତଦନ୍ତ ଜାରୀ ରହିଛି ସତ୍ୟାସତ୍ୟ ଜଣାପଡିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଏମଓ ଶ୍ରୀ ମହାରଣା କହିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO