
ରାଇରଙ୍ଗପୁର,ରାଇରଙ୍ଗପୁର ପୌରଞ୍ଚଳ ପରିଷଦ ୱାର୍ଡ ନଂ- 8 ରେ ବାସ କରୁଥିବା ତ୍ରିବନ ନାୟକଙ୍କ ଘର ବାତ୍ୟା “ୟାସ”ରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ରେଡକ୍ରସ୍ ଓ ସାମାଜିକ ସଂଗଠନ ଦି ହ୍ୟୁମାନିଟି ଏକ୍ସପ୍ରେସ ଫାଉଣ୍ଡେସନ ତରଫରୁ ତାଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି I ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ନେତୃତ୍ୱରେ ଏକ ସ୍ବେଚ୍ଛାସେବୀ ଦଳ ଦୁଇଟି ୱାର୍ଡ ନଂ- 8 ଓ ୱାର୍ଡ ନଂ -1ରେ ପହଞ୍ଚି ରାସନ ଜିନିଷ, ରୋଷଇ ସାମଗ୍ରୀ ସହିତ ବସ୍ତ୍ର ଆଦି ବଣ୍ଟନ କରିଥିଲେ I ପ୍ରାରମ୍ଭରେ ସମାଜସେବୀ ଦୀପ୍ତିମାନ ବଳଙ୍କ ସୂଚନା ଆଧାରରେ ସେହି ୱାର୍ଡର ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ପାଣିଙ୍କୁ ପରାମର୍ଶ ଦେଇଥିଲେ I
ଏହି ରିଲିଫ ବଣ୍ଟନ ସମୟରେ ୱାର୍ଡର କାଉନସିଲର ପୂର୍ଣ୍ଣିମା ମହାନ୍ତ, ବରିଷ୍ଠ ପଣ୍ଡିତ ରବି ନାରାୟଣ ହୋତା, କାଉନସେଲର ସୁରେନ୍ଦ୍ର କୁମାର ସୋରେନ, ଲଞ୍ଚଉଇଣ୍ଡୋଜ ଟ୍ରଷ୍ଟର ନିର୍ଦେଶକ ଦୀପକ ବେହେରା, ସତ୍ୟଜିତ ଦାସ, ସୁରଜ ପରୀକ୍ଷା, ମୋହନ କାରୁଆ, ମଙ୍ଗୁଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ଏଥିରେ ଦି ହ୍ୟୁମାନିଟି ଏକ୍ସପ୍ରେସ ଫାଉଣ୍ଡେସନର ଅଧ୍ୟକ୍ଷ ଦୀପକ କୁମାର ସାହୁ, ପ୍ରଶାନ୍ତ କୁମାର ବେହେରା, ସଦାଶିବ ମୁଦୁଲି, ଦିଲ୍ଲୀପ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO