
ନୂଆଦିଲ୍ଲୀ, ଗତ ୨୪ ଘଂଟା ମଧ୍ୟରେ ଭାରତରେ ଦୈନିକ ନୂଆ କରୋନା ମାମଲା ୧,୦୦,୬୩୬ ଆସିଛି । ଗତ ଦୁଇ ମାସ ମଧ୍ୟରେ ଏହା ସର୍ବନିମ୍ନ । କ୍ରମାଗତ ୧୧ ଦିନ ଧରି ଦୈନିକ ନୂଆ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ।ଭାରତରେ ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନରେ ଦେଶରେ ସକ୍ରିୟ କରୋନା ମାମଲା ୧୫ ଲକ୍ଷ ତଳେ ରହିଛି; ଆଜି ଏହା ୧୪,୦୧,୬୦୯ ରହିଛି । କ୍ରମାଗତ ୭ ଦିନ ଧରି ସକ୍ରିୟ କରୋନା ମାମଲା ୨୦ ଲକ୍ଷ ତଳେ ରହିଛି ।ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ ମାମଲାରେ ୭୬,୧୯୦ ହ୍ରାସ ହୋଇଛି । ଏବେ ସକ୍ରିୟ ମାମଲା ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୪.୮୫% ରହିଛି ।
କୋଭିଡ-୧୯ରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ, ଭାରତରେ କ୍ରମାଗତ ୨୫ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଂଟା ମଧ୍ୟରେ ୧,୭୪,୩୯୯ ଜଣ ସୁସ୍ଥ ହୋଇଛନ୍ତି ।ଗତ ୨୪ ଘଂଟା ମଧ୍ୟରେ ନୂଆ ମାମଲା ତୁଳନାରେ ଅଧିକ ୭୩,୭୬୩ ଜଣ ସୁସ୍ଥ ହୋଇଛନ୍ତି ।ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ ମୋଟ ୨,୭୧,୫୯,୧୮୦ ଜଣ ଲୋକ କୋଭିଡ-୧୯ରୁ ସୁସ୍ଥ ହୋଇପାରିଛନ୍ତି । ଏହା ଫଳରେ ଭାରତରେ ମୋଟ ସୁସ୍ଥତା ହାର ରହିଛି ୯୩.୯୪%, ଯାହାକି କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି ।
ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୫,୮୭,୫୮୯ ଟେଷ୍ଟ କରାଯାଇଛି ଏବଂ ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୬.୬ କୋଟି (୩୬,୬୩,୩୪,୧୧୧)ରୁ ଅଧିକ ଟେଷ୍ଟ ହୋଇଛି ।
ଦେଶରେ ଏକ ପକ୍ଷରେ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଆଜି ଦୈନିକ ପଜିଟିଭିଟି ହାର ରହିଛି ୬.୩୪% । କ୍ରମାଗତ ୧୪ ଦିନ ଧରି ଏହା ୧୦% ତଳେ ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO