
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ମରିସସ ପ୍ରଧାନମନ୍ତ୍ରୀ ମହାମହିମ ପ୍ରବୀଣ କୁମାର ଜଗନ୍ନାଥଙ୍କୁ ତାଙ୍କ ପିତା ସାର ଅନିରୁଦ୍ଧ ଜଗନ୍ନାଥଙ୍କ ବିୟୋଗ ନେଇ ନିଜର ସମବେଦନା ଜଣାଇଛନ୍ତି । ମରିସସରେ ସାର ଅନିରୁଦ୍ଧଙ୍କ ଦୀର୍ଘ ସାଧାରଣ ଜୀବନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ, ଯେଉଁଥିରେ ସେ ଅନେକ ବର୍ଷ ଧରି ଉଭୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ।ସମସ୍ତ ରାଜନୈତିକ ଦଳ ସମେତ ଭାରତରେ ସାର ଅନିରୁଦ୍ଧ ଜଗନ୍ନାଥଙ୍କ ପ୍ରତି ଗଭୀର ସମ୍ମାନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମରିସସ୍ ସହିତ ଭାରତର ବିଶେଷ ବନ୍ଧୁତ୍ୱକୁ ସୁଦୃଢ଼ କରିବାରେ ତାଙ୍କର ପ୍ରମୁଖ ଭୂମିକାକୁ ପ୍ରଶଂସା କରିଥିଲେ ।ତାଙ୍କୁ ଜଣେ ‘ଗର୍ବିତ ପ୍ରବାସୀ ଭାରତୀୟ’ ବୋଲି ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାର ଅନିରୁଦ୍ଧ ଜଗନ୍ନାଥଙ୍କୁ ଉଭୟ ପ୍ରବାସୀ ଭାରତୀୟ ସମ୍ମାନ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିବାର ସୌଭାଗ୍ୟ ଭାରତ ଲାଭ କରିଛି ।ସାର ଅନିରୁଦ୍ଧଙ୍କ ସ୍ଥାୟୀ ଇଚ୍ଛାକୁ ସ୍ମରଣ କରି ସ୍ୱତନ୍ତ୍ର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ ଏବଂ ଗଭୀର କରିବା ପାଇଁ ଉଭୟ ନେତା ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO