
ନୂଆଦିଲ୍ଲୀ, ଶ୍ରୀ କିଶୋର ଚନ୍ଦ୍ର ଦାସ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲମିଟେଡ (ଆରଆଇଏନଏଲ) ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ସେ ଆରଆଇଏନଏଲର କାର୍ମିକ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରି ଆସୁଛନ୍ତି । ସେ ଏହି ପଦବୀରେ ୨୦୧୭ ଜାନୁଆରୀ ପହିଲାରେ ଯୋଗ ଦେଇଥିଲେ । ଏହାବ୍ୟତୀତ ଶ୍ରୀ ଦାସ ଆରଆଇଏନଏଲର ସହଯୋଗୀ ସଂସ୍ଥା ଓଏମଡିସି ଓ ବିଏସଏଲସିର ବୋର୍ଡରେ ସଦସ୍ୟ ଅଛନ୍ତି । ଦୁର୍ବଳ ସ୍ଥିତିରେ ଥିବା ବିଏସଏଲସିର ପୁନରୁଦ୍ଧାର ଏବଂ ଓଏମଡିସିକୁ ଖଣିଜ କାର୍ଯ୍ୟରେ ନିୟୋଜିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି ।ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମାଜାଗାଓଁ ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ମାନବ ସମ୍ବଳ) ପଦବୀରେ ପାଂଚବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିସାରିଛନ୍ତି । ତା’ପୂର୍ବରୁ ଶ୍ରୀ ଦାସ ୧୫ ବର୍ଷରୁ ଅଧିକ ସମୟ ଧରି ଗେଲ୍ ଏବଂ ଏହାର ଯୌଥ ଉଦ୍ୟୋଗଗୁଡ଼ିକର ମାନବ ସମ୍ବଳ ବିଭାଗର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ୟ୍ରୟ୍ର ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଶ୍ରୀ ଦାସଙ୍କର ୩୩ ବର୍ଷରୁ ଅଧିକ ସମୟର ଦୃଢ଼ ଅଭିଜ୍ଞତା ରହିଛି ଏବଂ ସେ ନିଜର କାର୍ଯ୍ୟ ଦକ୍ଷତା ସାବ୍ୟସ୍ତ କରିଛନ୍ତି ।
ପେସାଦାର କ୍ୟାରିଅରରେ ମୁଖ୍ୟତଃ ଉଦ୍ୟୋଗିକ ବ୍ୟାପାର, ମାନବ ସମ୍ବଳ ବିକାଶ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି ।
ନିଜର ଦୀର୍ଘକାଳୀନ ସେବା ସମୟରେ, ସେ ମାନବ ସମ୍ବଳ ବିକାଶର ସମସ୍ତ ଦିଗରେ ସେ ନେତୃତ୍ୱ ନେବା ସହିତ ସ୍ଥିର ସୁଧାର ଆଣିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ପେସାଦାର ଆଭିମୁଖ୍ୟ, କଠିନ ପରିଶ୍ରମ, ଦକ୍ଷତା, ପ୍ରତିବଦ୍ଧତା, ନିଷ୍ଠା ଓ ଦୂରଦୃଷ୍ଟି ଆରଆଇଏନଏଲ ପରିବାରକୁ ଶୀର୍ଷକୁ ନେବାରେ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO