
ମାଲକାନଗିରି,ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ରବିବାର ଦିନ ଅପରାହ୍ନ ରେ ହୋଇ ଥିବା କାଳବୈଶାଖୀ ରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ତେବେ ଖବର ପାଇ ଆଜି ପଡ଼ିଆ ବ୍ଲକ ଗସ୍ତରେ ଯାଇ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ର ସମୀକ୍ଷା କରିଛନ୍ତି ମାଲକାନଗିରି ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଡ଼ମା ରାବା! କାଲିମେଳା ବିଡ଼ିଓ ଉମା ଶ ଙ୍କର ଦଳେଇ, ମୋଟୁ ତହସିଲଦାର ଶ ସାଙ୍କ ମିଶ୍ର, ଘଟଣା ସ୍ଥଳକୁ ଗ୍ରସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି । ଏହାସହ ଯଥା ଶୀଘ୍ର ଯେପରି ଲୋକଙ୍କୁ ସରକାରୀ ସହାୟତା ମିଳିପାରିବ ସେହି ବାବଦରେ ସ୍ଥାନୀୟ ତହସିଲଦାର, ଓ ସ୍ଥାନୀୟ ବିଡିଓ ଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ହୋଇଥୁବା ପରିବାର ବର୍ଗ ଙ୍କୁ ଆଶ୍ୱାସନା ଦେଇଥିଲେ। ଅଞ୍ଚଳରେ ପବନ ବତାସ ଯୋଗୁଁ ବହୁ ଲୋକେ ବା ସହରା ହୋଇଥିବା ବେଳେ ସେମା ନଙ୍କୁ ଥଇଥାନ ବ୍ୟବସ୍ଥା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ପଲିଥୁନ ଓ ଖାଦ୍ୟ ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି । ଏହି ଗସ୍ତ ସମୟରେ ପଡ଼ିଆ ବ୍ଳକ ସାଂସଦ ପ୍ରତିନିଧି ଟି ସି.ହେଚ ରେବିଟ କୁମାର,ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପ ସଭାପତି କଣ୍ଟେଶ୍ବର ପୋଟଲା, ଜିଲ୍ଲା ବିଜୁ ଯୁବ ଜନତା ଦଳ ସମ୍ପାଦକ ମେସାକ ମାଦ୍ରୀ, ଆଇଟି କୋଡିନେଟର ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO