
ଝାରସୁଗୁଡା:ଆସାମ ସ୍ଥିତ ଷ୍ଟାର ସିମେଣ୍ଟ ଲିମିଟେଡକୁ ଫ୍ଲାଏ ପାଉଁଶ ଯୋଗାଣରେ ସଫଳତା ପାଇବା ପରେ ଓପିଜିସି ଆଜି ପଶ୍ଚିମ ସିଂହଭୂମ ସ୍ଥିତ ଏସିସି ଲିମିଟେଡ଼ର ସିମେଣ୍ଟ କାରଖାନାକୁ ୩୭୫୦
ଏମଟି ଫ୍ଲାଏ ଆଶ ପଠାଇ ଏହି ଦିଗରେ ଏକ ବଡ଼ ପଦକ୍ଷପ ନେଇଛିଓପିଜିସି ର ଇବ ଥର୍ମାଲ ପାୱାର ଷ୍ଟେସନ ଠାରେ ୨୩୦୦ଏମଟି କ୍ଷମତା ବିଶିଷ୍ଟ ତିନୋଟି ଅତ୍ୟାଧୁନିକ ଶୁଖିଲା ଫ୍ଲାଏ ପାଉଁଶ ସାଇଲୋ ରହିଛି ଯେଉଁଥିରୁ ସିଧାସଳଖ ରେଳ ୱାଗନ ରେ ଫ୍ଲାଏ ଆଶ ଲୋଡ଼ କରାଯାଇ ଏସିସି ସିମେଣ୍ଟ କାରଖାନାକୁ ଆଜି ଫ୍ଲାଏ ଆଶ ପଠାଯାଇଛି |ଓପିଜିସି ର ଇବ ଥର୍ମାଲ୍ ପାୱାର ଷ୍ଟେସନରୁ ଉତ୍ପାଦିତ ଫ୍ଲାଏ ଆଶ ଇଟା / ବ୍ଲକ୍ / ଟାଇଲ୍, ସିମେଣ୍ଟ, କଂକ୍ରିଟ୍, କଂକ୍ରିଟ୍ ଉତ୍ପାଦ ଇତ୍ୟାଦି ଉତ୍ପାଦନରେ ବ୍ୟବହାର ପାଇଁ ପ୍ରକୃଷ୍ଟ | ଫ୍ଲାଏ ଆଶ ର ଉପଯୁକ୍ତ ବ୍ୟବହାର ହେଉଛି ଓପିଜିସିର ଏକ ପ୍ରମୁଖ ଲକ୍ଷ | ଓପିଜିସିର ଆଜିର ଏହି ପ୍ରୟାସ ପ୍ରତିପାଦିତ କରୁଅଛି ଯେ କମ୍ପାନୀ ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବରେ ଏହାର ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ପାଉଁଶକୁ ସର୍ବାଧିକ ସଦୁପଯୋଗ କରିବାକୁ ସତତ ଚେଷ୍ଟିତ। ଆଜିର ଦିନରେ ଫ୍ଲାଏ ଆଶକୁ କେବଳ ବର୍ଜ୍ୟ ନୁହେଁ, ବରଂ ଏକ ଲାଭଜନକ ଦ୍ରବ୍ୟ ଭାବରେ ବିବେଚନା କରାଯାଉଛି ଯାହା ଓପିଜିସି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଶିଳ୍ପ ପାଇଁ ଉପାର୍ଜନ ସୃଷ୍ଟି କରିବାର ମାଧ୍ୟମ ହୋଇପାରେ | ଓପିଜିସିର ପାଉଁଶ ପରିଚାଳନା ବିଭାଗ ସକ୍ରିୟ ଭାବରେ ପାଉଁଶ ବ୍ୟବହାର ପାଇଁ ନୀତି, ଯୋଜନା ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ଏବଂ ଫ୍ଲାଏ ଆଶ କୁ ଉପଯୋଗ କରିବାର ବିଭିନ୍ନ ନୂତନ ପଦ୍ଧତିର ସନ୍ଧାନ ଦିଗରେ ମଧ୍ୟ ସର୍ବଦା ଚେଷ୍ଟିତ ରହିଥାଏ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO