
ଭଦ୍ରକ – ଚାନ୍ଦବାଲି ବିଜ୍ଞାପିତ ଅଂଚଳ ନୟାହାଟରେ ବେଆଇନ କରତ କଳ ଉପରେ ଆଜି ଏକ ବଡ଼ ଧରଣର ଚଢ଼ଉ କରାଯାଇଛି । ଏକ ବିଶେଷ ସୁତ୍ରରୁ ଖବର ପାଇ ନୁତନ ଭାବରେ ନିଯୁକ୍ତି ପାଇଥିବା ଚାନ୍ଦବାଲି ଡ଼ି.ଏଫ.ଓ ପୂଣ୍ଣିମା ପି ଏକ ବଡ଼ ଧରଣର ପଦକ୍ଷେପ ନେଇଥିବା ଜଣାଯାଇଛି । ଚାନ୍ଦବାଲି କଲେଜ ନିକଟରେ ବେଆଇନ କରତ କଳ ଚାଲିଥିବା ବେଳେ ଅଚାନକ ସଦଳେ ବଳେ ଚଢ଼ାଉକରି ୧୦ ଲକ୍ଷ ଟଙ୍କାର ସରଞ୍ଜାମ ଯନ୍ତ୍ରାଂଶ ସହିତ ୧୦ଟ୍ରାକ୍ଟର କାଠ ଜବତ କରାଯାଇଛି । ଜବତ ହୋଇଥିବା କାଠର ମୂଲ୍ୟ ଆନୁମାନିକ ୧୦ ଲକ୍ଷ ଟଙ୍କାର ହେବ ବୋଲି ଆକଳନ କରାଯାଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ୨ପ୍ଲାଟୁନ ଫୋିର୍ସ ମୁତୟନ କରାଯାଉଥିଲା ।ପୋକଲିନ ସାହାର୍ଯ୍ୟରେ ଏହି ମିଲର ମେସିନକୁ ଉଠାଇ ନିଆଯାଇଥିବା ବେଳେ ବହୁ ପରିମାଣର କାଠ ଲଗ ଗୁଡିକ ସିଜ କରାଯାଇଥିଲା । ସିଜ ହୋଇଥିବା ଯନ୍ତ୍ରୀଂଶ ମଧ୍ୟରେ ୨ଗୋଟି ପମ୍ପ, ମଟର, ଡ଼ାଇନାମା, କଟର, କରତ,ଟ୍ରଲି, ବହୁତ ସରଞ୍ଜାମ ରହିଛି । ସମସ୍ତ ଯନ୍ତାଂଶ ଚାନ୍ଦବାଲି ଡ଼ି.ଏଫଓଙ୍କ କାର୍ଯ୍ୟାଳୟରେ ରଖାଯାଇଛି । ତେବେ ଆଗାମୀ ଦିନରେ ଭଦ୍ରକ ବନ୍ୟପ୍ରାଣୀ ଅଧିକାରୀଙ୍କ ତରଫରୁ ଏଦିଗରେ ତୀକ୍ଷ୍ମ ନଜର ଦିଆଯିବ ବୋଲି ଡିଏଫଓ ସୁଚନା ଦେଇଛନ୍ତି ।