ଭୋପାଳ ,ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧୧୭୦୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୯୦ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୦୨,୪୮୬ହୋଇ ଯାଇଛି । ବର୍ତମାନ ସୁଦ୍ଧା ୬୩୩୪ଜଣଙ୍କର ମୃତ୍ୟୁ ଘଟିଛି ।
ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୨,୨୩୯ ଟି ନୂଆ ମାମଲା
ରାୟପୁର,ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୨,୨୩୯ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୩୨,୪୮୦ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ମଣିପୁରରେ ୪୪୨ କରୋନାର ନୂଆ ମାମଲା
ଇମ୍ଫାଲ, ମଣିପୁରରେ ଗତ ୨୪ ଘଂଟାରେ ୪୪୨ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୮୫୧ହୋଇ ଯାଇଛି ।