-
ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ନିକଟରେ ୮୪ ଲକ୍ଷରୁ ଅଧିକ ଡୋଜ ଟିକାକରଣ ପାଇଁ ଉପଲବ୍ଧ ଅଛି

ନୂଆଦିଲ୍ଲୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ସହାୟତାରେ ଭାରତ ସରକାର ‘ସର୍ବାଙ୍ଗୀନ ସରକାର’ ଆଭିମୁଖ୍ୟ ନେଇ କୋଭିଡ-୧୯ ମହାମାରୀ ବିରୋଧୀ ଲଢେଇରେ ନେତୃତ୍ୱ ନେଉଛନ୍ତି । ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ଆଦି ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ପଂଚ ସୂତ୍ରୀ ରଣନୀତିର ଅଭିନ୍ନ ଅଙ୍ଗ ।କୋଭିଡ-୧୯ ଟୀକାକରଣର ଉଦାର ଓ ତ୍ୱରିତ ତୃତୀୟ ପର୍ଯ୍ୟାୟ ରଣନୀତି ମଇ ୧,୨୦୨୧ରୁ ଆରମ୍ଭ ହୋଇଛି । ନୂତନ ଯୋଗ୍ୟ ଜନସଂଖ୍ୟା ସମୂହ ପାଇଁ ଟିକାକରଣ ପଞ୍ଜିକରଣ ଏପ୍ରିଲ ୨୮ରୁ ଆରମ୍ଭ ହୋଇଛି । ସମ୍ଭାବ୍ୟ ହିତାଧିକାରୀମାନେ ସିଧାସଳଖ କୋୱିନ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପ୍ରେ ପଞ୍ଜିକରଣ କରିପାରିବେ ।
ଭାରତ ସରକାର ଏପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ବିନାମୂଲ୍ୟରେ ୧୭.୪୯ କୋଟିରୁ ଅଧିକ (୧୭,୪୯,୫୭,୭୭୦) ଟିକା ଡୋଜ ପ୍ରଦାନ କରି ସାରିଲେଣି । ଆଜି ସକାଳ ୮ଟା ପର୍ଯ୍ୟନ୍ତ ହସ୍ତଗତ ତଥ୍ୟ ଅନୁଯାୟୀ ଏଥିରୁ ସମୁଦାୟ ୧୬,୬୫,୪୯,୫୮୩ ଡୋଜ (ଏଥିରେ ନଷ୍ଟ ହୋଇଥିବା ଡୋଜ ମଧ୍ୟ ସାମିଲ ଅଛି) ପ୍ରଦାନ କରାଯାଇଛି ।
ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ନିକଟରେ ୮୪ ଲକ୍ଷରୁ ଅଧିକ (୮୪,୦୮,୧୮୭) ଡୋଜ ଟିକାକରଣ ପାଇଁ ଉପଲବ୍ଧ ଅଛି । କିଛି ରାଜ୍ୟ ଯୋଗାଣ ତୁଳନାରେ ଅଧିକ ଟୀକା ଉପଯୋଗ (ନଷ୍ଟ ହୋଇଥିବା ଡୋଜ ସମେତ) ହୋଇଥିବା ଦର୍ଶାଇଛନ୍ତି । ତେବେ ସେମାନେ ସଶସ୍ତ୍ର ସେନାକୁ ଯୋଗାଇ ଦିଆଯାଇଥିବା ଟିକା ହିସାବକୁ ନେଇ ନାହାନ୍ତି ।
ଏହାସହିତ, ଆଗାମୀ ତିନ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ଅତିରିକ୍ତ ୫୩ ଲକ୍ଷ (୫୩,୨୫,୦୦୦) ଟିକା ଡୋଜ ପ୍ରଦାନ କରାଯିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO