
ନୂଆଦିଲ୍ଲୀ, ୨୦୨୧ ମେ ୧ ତାରିଖରୁ ଦେଶରେ କୋଭିଡ-୧୯ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶରେ ଏ ପର୍ଯ୍ୟନ୍ତ ମୋଟ ଟିକାକରଣ ୧୫.୮୯ କୋଟିକୁ ଅତିକ୍ରମ କରିଛି ।୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୮-୪୪ ବର୍ଷ ବୟସ ମଧ୍ୟରେ ୪,୦୬,୩୩୯ ଜଣ ହିତାଧିକାରୀ ଟିକା ନେଇଛନ୍ତି। ଏହା ମଧ୍ୟରେ ଛତିଶଗଡ଼ (୧୦୨୫), ଦିଲ୍ଲୀ (୪୦,୦୨୮), ଗୁଜରାଟ (୧,୦୮,୧୯୧), ହରିଆନା (୫୫,୫୬୫), ଜମ୍ମୁ ଏବଂ କାଶ୍ମୀର (୫,୫୮୭), କର୍ଣ୍ଣାଟକ (୨,୩୫୩), ମହାରାଷ୍ଟ୍ର (୭୩,୭୧୪), ଓଡ଼ିଶା (୬,୮୦୨), ପଞ୍ଜାବ (୬୩୫), ରାଜସ୍ଥାନ (୭୬,୧୫୧), ତାମିଲନାଡ଼ୁ (୨,୭୪୪) ଏବଂ ଉତ୍ତର ପ୍ରଦେଶ (୩୩,୫୪୪) ।
ଆଜି ସକାଳ ୭ଟା ମଧ୍ୟରେ ୨୩,୩୫,୮୨୨ ସେସନରେ ମୋଟ ୧୫,୮୯,୩୨,୯୨୧ ଜଣଙ୍କୁ ଟିକା ଦିଆଯାଇଛି । ଏହା ମଧ୍ୟରେ ୯୪,୪୮,୨୮୯ ଜଣ ସ୍ୱାସ୍ଥ୍ୟ କର୍ମୀ (ଏଚସିଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୬୨,୯୭,୯୦୦ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୩୫,୦୫,୮୭୭ ଜଣ ଆଗଧାଡ଼ିର କର୍ମୀ (ଏଫଏଲଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୭୨,୬୬,୩୮୦ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗର ୪,୦୬,୩୩୯ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବୟସ ମଧ୍ୟରେ ୫,୩୦,୫୦,୬୬୯ ଜଣଙ୍କୁ ପ୍ରଥମ ଡୋଜ୍, ୪୧,୪୨,୭୮୬ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୨୮,୧୬,୨୩୮ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୧୯,୯୮,୪୪୩ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୯୪% ଟିକା ଦିଆଯାଇଛି ୧୦ ରାଜ୍ୟରେ ।
ଟିକାକରଣ ଅଭିଯାନର ୧୦୮ତମ ଦିବସ(୩ ମେ ୨୦୨୧)ରେ ୧୭,୦୮,୩୯୦ଡୋଜ୍ ଟିକା ଦିଆଯାଇଛି ।
୧୨,୭୩୯ ସେସନରେ ୮,୩୮,୩୪୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୮,୭୦,୦୪୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO