ମୁମ୍ବାଇ , ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୫୬,୬୪୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୬୬୯ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬,୬୮,୩୫୩ ହାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୭୦,୨୮୪ ଜଣ ମୃତ୍ୟୁବରଣ କରିଛନ୍ତି ।
ଉତରାଖଣ୍ଡରେ କରୋନାର ୫,୬୦୬ ନୂଆ ମାମଲା
ଦେହରାଦୂନ, ଉତରାଖଣ୍ଡରେ କରୋନାର ୫,୬୦୬ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢି ୫୩,୬୧୨ ହୋଇଛି ।
ଉତର ପ୍ରଦେଶରେ ୩୦,୯୮୩ କରୋନା ନୂଆ ମାମଲା
ଲକ୍ଷ୍ନୌ , ଉତର ପ୍ରଦେଶରେ ଗତ ୨୪ ଘଂଟାରେ ୩୦,୯୮୩ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ଉତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୨,୯୫,୭୫୨ ସକ୍ରିୟ ମାମଲା ରହିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୩,୧୬୨ ଜଣଙ୍କର ମୃତ୍ୟୁ ଘଟିଛି ।