-
ଗୋଟିଏ ଦିନରେ ସର୍ବାଧିକ: ଗତ ୨୪ ଘଂଟା ମଧ୍ୟରେ ୧୯ ଲକ୍ଷରୁ ଅଧିକ ପରୀକ୍ଷା କରାଯାଇଛି
-
ଗତ ୨୪ ଘଂଟା ମଧ୍ୟରେ ପ୍ରାୟ ୩ ଲକ୍ଷ ସୁସ୍ଥ ହୋଇଛନ୍ତି

ନୂଆଦିଲ୍ଲୀ, ୨୦୨୧ ଏପ୍ରିଲ ୨୮ ତାରିଖରୁ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ କୋ-ୱିନ ଡିଜିଟାଲ ପ୍ଲାଟଫର୍ମରେ (ଆଜି ସକାଳ ୯ଟା ୩୦ ସୁଦ୍ଧା) ୨.୪୫ କୋଟିରୁ ଅଧିକ ହିତାଧିକାରୀ ନିଜ ନାମ ପଞ୍ଜୀକରଣ କରିଛନ୍ତି । ୨୦୨୧ ଏପ୍ରିଲ ୨୮ ତାରିଖରେ ୧.୩୭ କୋଟିରୁ ଅଧିକ ନାମ ପଞ୍ଜୀକରଣ କରିଥିବାବେଳେ ୨୦୨୧ ଏପ୍ରିଲ ୨୯ ଶେଷସୁଦ୍ଧା ୧.୦୪ କୋଟି ନାମ ପଞ୍ଜୀକରଣ କରିଥିଲେ ।ଅପରପକ୍ଷରେ ଆଜି ସୁଦ୍ଧା ଦେଶରେ କୋଭିଡ-୧୯ ଟିକାକରଣ ୧୫.୨୨ କୋଟିକୁ ଅତିକ୍ରମ କରିଯାଇଛି ।ଆଜି ସକାଳ ୭ଟା ସୁଦ୍ଧା ୨୨,୪୩,୦୯୭ ସେସନରେ ୧୫,୨୨,୪୫,୧୭୯ ଡୋଜ୍ ଟିକା ଦିଆଯାଇଛି । ଏହାମଧ୍ୟରେ, ୯୩,୮୬,୯୦୪ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୧,୯୧,୧୧୮ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟଡୋଜ୍, ୧,୨୪,୧୯,୯୬୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୭,୦୭,୮୬୨ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୧୯,୦୧,୨୧୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୧,୦୪,୪୧,୩୫୯ ଜଣଙ୍କୁ ଦ୍ୱିତୀୟଡୋଜ୍, ୪୫ ବର୍ଷରୁ ୬୦ ବର୍ଷମଧ୍ୟରେ ୫,୧୭,୭୮,୮୪୨ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୩୪,୧୭,୯୧୧ ଜଣଙ୍କୁ ଦ୍ୱିତୀୟ ଡୋଜ୍ଟିକା ପ୍ରଦାନ କରାଯାଇଛି ।ଦେଶରେ ହୋଇଥିବା ମୋଟ ଟିକାକରଣର ୬୭.୦୮% ଟିକା ଦଶଟି ରାଜ୍ୟରେ ଦିଆଯାଇଛି ।ଗତ ୨୪ ଘଂଟା ମଧ୍ୟରେ ୨୧ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।
ଟିକାକରଣ ଅଭିଯାନର ୧୦୪ ତମ ଦିବସ(୨୯ ଏପ୍ରିଲ ୨୦୨୧)ରେ ୨୨,୨୪, ୫୪୮ ଡୋଜ୍ଟିକା ଦିଆଯାଇଛି । ୨୧,୮୧୦ ସେସନରେ ୧୨,୭୪,୮୦୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୯,୪୯,୭୪୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ଅନ୍ୟ ଏକ ସଫଳତାରେ ଗତ ୨୪ ଘଂଟାରେ ୧୯ ଲକ୍ଷ (୧୯,୨୦,୧୦୭)ରୁ ଅଧିକଟେଷ୍ଟକରାଯାଇଛି, ଯାହାକିଗୋଟିଏ ଦିନରେ ଭାରତରେ ସର୍ବାଧିକ ।ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ୧,୫୩,୮୪,୪୧୮ ଜଣ ସୁସ୍ଥହୋଇଛନ୍ତି ।ଏବେଜାତୀୟସୁସ୍ଥତାହାରରହିଛି ୮୧.୯୯% ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨,୬୭,୫୪୦ ଜଣ ସୁସ୍ଥ ହୋଇଛନ୍ତି ।ନୂଆ ସୁସ୍ଥଙ୍କ ମଧ୍ୟରୁ ୭୬.୬୧% ସୁସ୍ଥ ଆସିଛନ୍ତି ୧୦ ରାଜ୍ୟରୁ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO