କେନ୍ଦ୍ରାପଡ଼ା,କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅଫିସ ପାଖରେ ଥିବା ଆରଏମସି ଦୋକାନ ଘର ନେଇଥିବା ବ୍ୟବସାୟୀ ମାନେ ସେମାନଙ୍କ ଅସୁବିଧା ସଂପର୍କରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ମୁତାବକ ପଟ୍ଟାମୁଣ୍ଡାଇ ଆରଏମସି ଦୋକାନ ଗୃହ ଗୁଡିକ ତହସିଲ ରାସ୍ତା ନିକଟରେ ହୋଇଥିବାରୁ ଯାନବାହନ ରଖି ସଉଦା କିଣୁଥିବା ଗ୍ରାହକମାନେ ଅନେକ ସମୟରେ ତହସିଲଦାର ମାମନଙ୍କ ଜୁଲମର ଶିକାର ହୋଇ ଜୋରିମାନା ଦେଉଛନ୍ତି । ଏହାସହ ଏହି ଘରଗୁଡିକ ୧୦/୮ ସାଇଜର ହୋଇଥିବାରୁ ବର୍ଷାଦିନେ ପାଣି ଘରର ମଝି ପର୍ଯ୍ୟନ୍ତ ଛିଟିକା ମାରି ଦୋକାନ ସାମଗ୍ରୀ ନଷ୍ଟ କରୁଛି । ଏବେ ଆରଏମସି ପକ୍ଷରୁ ଏହି ଦୋକାନକୁ ଲାଗି ପଛପଟେ ନୂଆ ଦୋକାନ ଘର କରାଯାଉ ଥିବାରୁ ପୁରୁଣା ଘର ସହ ନୂଆ ଘର ଯୋଡାଗଲେ ବ୍ୟବସାୟୀ ମାନେ ଉପକୃତ ହେବେ ବୋଲି ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପ୍ରମୋଦ କୁମାର ପୁହାଣ, କେତନ ଦାସ, ଅକ୍ଷୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।