କେନ୍ଦ୍ରାପଡ଼ା, କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ବାଲିଗୋଠ ଗାଁରେ ଅଗ୍ନିକାଣ୍ଡ ଘଟି ୨ବଖରା ଚାଲ ଛପର ଘର ପୋଡି ପାଉଁଶ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି । ଗ୍ରାମର ପରମାନନ୍ଦ ସେଠୀଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ପକ୍ଷରୁ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ବହୁ ଆସବାବପତ୍ର, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଥିବା ଜଣାପଡିଛି ।
Related Stories
April 18, 2024