ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧୨,୯୧୮ କରୋନାର ନୂଆ ମାମଲା, ୧୦୪ ମୃତ
ଭୋପାଳ , ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧୨,୯୧୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୦୪ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮୯,୩୬୩ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୫,୦୪୧ ଜଣଙ୍କର ମୃତ୍ୟୁ ଘଟିଛି ।
ପଂଜାବରେ ଗତ ୨୪ ଘଂଟାରେ ୫୭୨୪ କରୋନାର ନୂଆ ମାମଲା
ଚଣ୍ଡିଗଡ , ପଂଜାବ ଗତ ୨୪ ଘଂଟାରେ ୫୭୨୪ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୧୦ହୋଇଛି ।