
-
ସିଟି ହସ୍ପିଟାଲ ଓପିଡ଼ିକୁ ବନ୍ଦ କରି କୋବିଡ଼ ସେଣ୍ଟର ଭାବେ
ଘୋଷଣା କରିଛନ୍ତି ଜିଲ୍ଲାପାଳ ।
-
ରୋଗୀ ଆସିବା ମାତ୍ରେ ହିଁ ମିଳିବ ବେଡ଼ ଓ ଅକ୍ସିଜେନ :ଜିଲ୍ଲାପାଳ
ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ହାଉସିଂବୋର୍ଡ ନିକଟସ୍ଥ ମୀନାକ୍ଷୀ ନଗର ଠାରେ ଥିବା ଏକ ଘରୋଇ କୋଠାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍ଥ ସେଣ୍ଟର୍, ସିଟି ହସ୍ପିଟାଲରେ ଅଧିକ ୧୭୫ ବେଡ଼ ବ୍ୟବସ୍ଥା ସହ ମେଡିକାଲର ଓପିଡ଼ିକୁ ଆଜିଠାରୁ ବନ୍ଦ କରିଦିଆ ଯାଇଛି । କହିବାକୁ ଗଲେ ସମ୍ପୁର୍ଣ୍ଣ ସିଟି ହସ୍ପିଟାଲକୁ କୋବିଡ଼ ସେଣ୍ଟର ଭାବେ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏହାସହ ସିଟି ହସ୍ପିଟାଲ ସମ୍ମୁଖରେ ଥିବା କୋବିଡ଼ କେର ସେଣ୍ଟରରେ ଅଧିକ ୫୦ ବେଡ଼ ମଧ୍ୟ ବୃଦ୍ଧି କରାଯାଇଛି । ଏହି ପ୍ରତ୍ୟକ କୋବିଡ଼ କେର ସେଣ୍ଟରରେ ସମସ୍ତ ବେଡ୍ ରେ ଅକ୍ସିଜେନର ବ୍ୟବସ୍ଥା ରହିଥିବା ଜିଲ୍ଲାପାଳ କହିଛନ୍ତି । ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସମସ୍ତ ସେଣ୍ଟରରେ ପହଞ୍ଚି ପାନୀୟ ଜଳରର ବ୍ୟବସ୍ଥା ପରଖିବା ସହ ସମସ୍ତ ରୋଗୀ କିଭଳି ବେଡ଼୍ ସହ ଅକ୍ସିଜେନ ପାଇ ପାରିବେ ସେଥି ପ୍ରତି ସମୀକ୍ଷା କରିଛନ୍ତି । ଆଜିଠାରୁ ବେଡ଼ ସଂଖ୍ୟା ବୃଦ୍ଧି କରାଯିବା ସହ ସଂକ୍ରମିତଙ୍କ କ୍ଷେତ୍ରରେ ଅକ୍ସିଜେନ କମ୍ ଥିଲେ ସିଧାସଳଖ ବିଏମ୍ସି ସହ ଯୋଗାଯୋଗ କରି ଏହି କୋଭିଡ୍ ହେଲ୍ଥ ସେଣ୍ଟରେ ଭର୍ତ୍ତି ହୋଇ ଚିକିତ୍ସା ପାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଗମ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିଗମ ଅଧିକାରୀ ଓ କର୍ମଚାରୀ ମାନେ ଖୁବ୍ କମ୍ ଦିନ ମଧ୍ୟରେ ସହରର ସଂକ୍ରମିତଙ୍କ ପାଇଁ ଏହି କୋଭିଡ୍ ହେଲ୍ଥ ସେଣ୍ଟର୍ ବ୍ୟବସ୍ଥା କରିଥିବାରୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି । ତେବେ ଆଜି ଆରମ୍ଭ ହୋଇଥିବା ଏହି କୋଭିଡ୍ ହେଲ୍ଥ ସେଣ୍ଟରେ ବର୍ତ୍ତମାନ ସୁଦ୍ଧା ୬ ଜଣ କୋରାନା ସଂକ୍ରମିତ ରୋଗୀ ଆଡ଼ମିଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଏଠାରେ ରୋଗୀଙ୍କ ସୁରକ୍ଷା ନିମନ୍ତେ ପୋଲିସ ନିୟୋଜିତ କରିବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଫୋକସରେ ଭଞ୍ଜନଗର, ଆସ୍କା, ହିଂଜିଳିକାଟୁ ଏବଂ ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ମଧ୍ୟ କୋଭିଡ କେର୍ ସେଣ୍ଟର ହୋଇଛି । ରୋଗୀ ଆସିବା ମାତ୍ରେ ହିଁ ବେଡ଼ ଏବଂ ଅକ୍ସିଜେନ ଦିଆଯିବ ଯାହାଫଳରେ ଗଞ୍ଜାମ ଜିଲ୍ଲାରେ ରୋଗୀଙ୍କ ପାଇଁ ବେଡ଼ ଏବଂ ଅକ୍ସିଜେନର ଅଭାବ ରହିବ ନାହିଁ ଏବଂ ଏମ୍.କେ.ସି.ଜି କୋଭିଡ ସେଣ୍ଟର ଓ ଅଶ୍ୱିନି କୋବିଡ଼ ସେଣ୍ଟର ଦେଖା ଯାଉଥିବା ଅଭାବ ଦୂର ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ କହିଛନ୍ତି । ସେହିପରି ସହରରେ ଯେଉଁ ଠାରେ ଅଧିକ କରୋନା ଚିହ୍ନଟ ହୁଏ ସେଠାରେ ବାଉଁଶ ମାଧ୍ୟମରେ ବ୍ୟାରିକେଡ୍ କରାଯାଇ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ବିଏମ୍ସି ପକ୍ଷରୁ ୪ଟି ସାହିକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯାଇଛି । ସହରର ଗାନ୍ଧୀନଗର ପ୍ରଥମ ଲାଇନ୍, ଗୋଦାବରୀଶ ନଗର ଚତୁର୍ଥ ଲାଇନ୍, ହିଲପାଟଣା ପ୍ରଥମ ଓ ତୃତୀୟ ଲାଇନକୁ ମାଇକ୍ରୋ କଣ୍ଟନମେଣ୍ଟ ଭାବେ ଚିହ୍ନଟ କରାଯାଇ ଉକ୍ତ ସାହିର ପ୍ରବେଶ ପଥକୁ ସିଲ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି । ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ କୋଭିଡ୍ ହେଲ୍ଥ ସେଣ୍ଟର୍ ସ୍ଥିତି ପରିଖିଥିବା ବେଳେ କହିଛନ୍ତି
କେବଳ ଏହି ଗୋଟିଏ ନୁହଁ ବରଂ ଦୁଇ ଦିନ ମଧ୍ୟରେ ସରକାରୀ ଆଇଟିଆଇରେ ଆଉ ଏକ କୋଭିଡ୍ ହେଲ୍ଥ ସେଣ୍ଟର ଖୋଲିବା ପାଇଁ ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାଛଡା ବିଦ୍ୟୁତ୍ପୁରୀ କଲୋନି ସରକାରୀ କୋଠାରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର୍ ସେଣ୍ଟର ସହ ଅନ୍ଧପସରା ରୋଡ଼ ସ୍ଥିତ ଏକ ଘରୋଇ ଛାତ୍ରାବାସକୁ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର୍ ସେଣ୍ଟର, ଆଇଟିଆଇ ଛାତ୍ରୀ ନିବାସରେ ୧୫୦ ଶଯ୍ୟା ବିଶିଷ୍ଟ ହେଲ୍ଥ ସେଣ୍ଟର ଓ ଇଂଜିନିୟରିଂ ସ୍କୁଲ୍ ଛାତ୍ରାବାସକୁ ୧୫୦ ଶଯ୍ୟା ବିଶିଷ୍ଟ କୋଭିତ କେୟାର୍ ସେଣ୍ଟର କରାଯିବା ନେଇ ଯୁଦ୍ଧକାଳୀନ ପରିସ୍ଥିତିରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ସମସ୍ତ କେନ୍ଦ୍ର ଗୁଡିକରେ ସ୍ବାସ୍ଥ୍ୟ ସୁବିଧା ସାଙ୍ଗକୁ ୨୪ ଘଣ୍ଟିଆ ଡାକ୍ତରୀ ଟିମ୍ ରହି ଉତ୍ତମ ସ୍ବାସ୍ଥ୍ୟସେବା ପ୍ରତି ଗୁରୁତ୍ବ ଦିଆଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି । ଆଜି କୋଭିଡ ସେଣ୍ଟର ପରିଦର୍ଶ ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ଉପଜିଲ୍ଲାପାଳ ଭି କୀର୍ତ୍ତି ୱାସନ୍,କମିଶନର ସିଦ୍ଧେଶ୍ୱର ବଳୀରାମ ବୋନ୍ଦର ସମେତ ବହୁ ମେଡିକାଲ ଡାକ୍ତର ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।