ଚେନ୍ନାଇ୨୪ , ତାମିଲନାଡୁରେ ଗତ ୨୪ ଘଂଟାରେ ୧୨,୬୫୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୫,୦୪୮ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୧୩,୩୯୫ ଜଣ ମୃତ୍ୟୁବରଣ କରିଛନ୍ତି ।
ଦିଲ୍ଲୀରେ ଗତ ୨୪ ଘଂଟାରେ ୨୪,୩୩୧ କରୋନାର ନୂଆ ମାମଲା
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୨୪,୩୩୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩୪୮ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୨,୦୨୯ ହୋଇ ଯାଇଛି । ବର୍ତମାନ ସୁ୍ଦ୍ଧା ଏଠାରେ ୧୩,୫୪୧ଜଣଙ୍କର ମୃତ୍ୟୁ ଘଟିଛିା