
ଗଞ୍ଜାମ, ସୁରତରୁ ଓଖା- ପୁରୀ ଟ୍ରେନ୍ ଯୋଗେ ଫେରୁଥିବା ବେଳେ ବାଟରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧିନ ଖଣ୍ଡିଆ ନଈ ପଚାଂୟତ ମିରିଗିଲେଣ୍ଡି ଗ୍ରାମର ଭାଗୀରଥି ଗୌଡ଼ (୪୪) । ସେ ଗତ ଗୁରୁବାର ଦିନ ଟ୍ରେନ୍ ରେ ପୁଅ ସହିତ ଘରକୁ ଫେରୁଥିବା ବେଳେ ବିଶାଖାପାଟଣା ଠାରେ ଟ୍ରେନରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଟ୍ରେନରୁ ଶବକୁ ବାହାର କରାଯାଇଥିଲା । ଜିଆରପି ପୋଲିସ ଶବ ଜବତ କରି ବ୍ରବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ପଠାଇଛି । ଭାଗୀରଥିଙ୍କୁ ଜ୍ୱର ହୋଇଥିଲା । ଶ୍ୱାସଜନିତ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।