କୋଲକାତା ,ପଶ୍ଚିମବଙ୍ଗ ରେ ଗତ ୨୪ ଘଂଟାରେ ୮,୪୨୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୩,୪୧୮ ହୋଇ ଯାଇଛି ।
ଚଣ୍ଡିଗଡରେ ଗତ ୨୪ ଘଂଟାରେ ୬୧୨ କରୋନାର ନୂଆ ମାମଲା
ଚଣ୍ଡିଗଡ , ଚଣ୍ଡିଗଡରେ ଗତ ୨୪ ଘଂଟାରେ ୬୧୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଚଣ୍ଡିଗଡ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୪,୫୪୬ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୪୧୭ ହୋଇଛି ।
ହିମାଚଳରେ ଆଉ ୧,୬୯୫ କରୋନାର ନୂଆ ମାମଲା
ସିମଲା, ହିମାଚଳ ପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୧,୬୯୫ ଟି କରୋନାର ନୂଆ ମାମଲା ସାମନାକୁ ଆସିଛି । ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯,୭୮୩ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୧,୧୯୦ ଜଣଙ୍କର ମୃତ୍ୟୁ ଘଟିଛି ।