ରାଂଚି, ଝାରଖଣ୍ଡରେ କରୋନାର ୩,୯୯୨ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୮,୦୧୦ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୪୫୬ଜଣଙ୍କର ମୃତ୍ୟୁ ଘଟିଛି ।
କର୍ଣାଟକରେ ଗତ ୨୪ ଘଂଟାରେ ୧୯,୦୬୭ କରୋନାର ନୂଆ ମାମଲା
ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୧୯,୦୬୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୮୧ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୦,୧୪,୧୫୨ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୩,୩୫୧ ଜଣଙ୍କର ମୃତ୍ୟୁ ଘଟିଛି ।
ଚଣ୍ଡିଗଡରେ ଗତ ୨୪ ଘଂଟାରେ ୬୨୫ କରୋନାର ନୂଆ ମାମଲା
ଚଣ୍ଡିଗଡ , ଚଣ୍ଡିଗଡରେ ଗତ ୨୪ ଘଂଟାରେ ୬୨୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୩,୯୩୪ ହୋଇଛି । ବର୍ତମାନ ସୁଦ୍ଧା ଏଠାରେ୩୮୧ ଜଣଙ୍କର ମୃତ୍ୟୁ ଘଟିଛି ।