ନୂଆଦିଲ୍ଲୀ, ଏମପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କରୋନା ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ନୂଆଦିଲ୍ଲୀ ସ୍ଥିତ ଘରେ ଆଇସୋଲେସନରେ ଅଛନ୍ତି । ତାଙ୍କ ସହ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ସେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କରୋନା ସଂକ୍ରମିତ
ଚଣ୍ଡୀଗଡ , ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ତାଙ୍କର ସାମାନ୍ୟ ଲକ୍ଷଣ ରହିଛି । ଏହା ପରେ ସେ ନିଜେ ଘରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ।