-
କୃଷ୍ଣପ୍ରସାଦ ବ୍ଲକର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ପାଇଁ ଅନୁରୋଧ କଲେ
-
ପୁରୀ ସାତପଡ଼ାରୁ ଜହ୍ନିକୁଦା ଯାଏଁ ବ୍ରିଜ୍ ନିର୍ମାଣ କରିବାକୁ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳର ବିକାଶ ତଥା ଉତମ ଯୋଗାଯୋଗ ସ୍ଥାପନ କରିବା ପାଇଁ ପଂଚମ ଶ୍ରେଣୀ ଛାତ୍ର ରିଶପ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକ ପତ୍ର ଲେଖିଛନ୍ତି । ଏହି ପତ୍ର ଆଧାରରେ ଶ୍ରୀ ପ୍ରଧାନ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ହ୍ରଦର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ଏବଂ ସାତପଡ଼ାରୁ ଜହ୍ନିକୁଦା ଯାଏଁ ବ୍ରିଜ୍ ନିର୍ମାଣ କରିବା ଉପରେ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପୃଥକ ପୃଥକ ପତ୍ର ଲେଖି ଅନୁରୋଧ କରିଛନ୍ତି ।ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୃଷ୍ଣପ୍ରସାଦ ଅଂଚଳର ରିଶପ ପ୍ରଧାନ ନିଜ ପିତାମାତାଙ୍କ ସହଯୋଗରେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଏକ ଆବେଦନ ପତ୍ର ମୋତେ ପଠାଇଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, କୃଷପ୍ରସାଦ ବ୍ଲକର ୯୬ଟି ଗାଁ କେବଳ ପାଣି ଜରିଆରେ ପୁରୀ ମୁଖ୍ୟାଳୟ ସହ ସଂଯୋଗ ସ୍ଥାପନା କରୁଛି । ଯେଉଁ କାରଣରୁ ଜରୁରୀକାଳୀନ ସମୟରେ ଦୈନିକ ଯାତାୟତ କରୁଥିବା ଲୋକ, ଶିଶୁ,ମହିଳା ଏବଂ ବୃଦ୍ଧମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ହ୍ରଦର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ପାଇଁ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ।ସରକାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ାରୁ ଜହ୍ନିକୁଦା ଯାଏଁ ବ୍ରିଜ୍ ନିର୍ମାଣ କରିବା ଉଚିତ୍ । ଏହା ବିଚ୍ଛିନ୍ନାଂଚଳ ଗୁଡିକୁ ମୁଖ୍ୟ ସ୍ରୋତ ସହ ଯୋଡିବ ଏବଂ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସହାୟକହେବ ବୋଲି ଉଲ୍ଲେଖ ରହିଛି ।ଏହାକୁ ଦୃଷ୍ଟିରେ ରଖି ପୁରୀ କୃଷ୍ଣପ୍ରସାଦ ବ୍ଲକର କଲ୍ୟାଣ ଦୃଷ୍ଟିରୁ ଏହି ମାମଲା ଉପରେ ଦୃଷ୍ଟି ଦେବା ସହ ସଠିକ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO