
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଡେଲାଙ୍ଗ ବ୍ଲକ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ ରେ ଏକ ବିଶାଳ ଜନ ସଭା ଆୟୋଜିତ ହୋଇଯାଇଛି l ଏହି ସଭା ରେ ନବୀନ ପଟନାୟକ ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ଓ ବିଜୁ ଜନତା ଦଳର ପ୍ରାଥି ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ମହାରଥୀ କୁ ଶଙ୍ଖ ଚିହ୍ନ ରେ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସମସ୍ତେ ଅନୁରୋଧ କରିଥିଲେ।ଏହି ସଭା ରେ ଉପସ୍ଥିତ ଥିଲେ ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ମହେଶ୍ୱର ମହାନ୍ତି ଅନ୍ୟ ମାନଙ୍କ ମାଧ୍ୟ୍ୟରେ ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ,ରାଜ୍ୟ ସଭା ସଦସ୍ୟ ଶ୍ରୀ ମୁନା ଖାନ ଓ ପ୍ରତାପ ଦେବ ଉପସ୍ଥିତ ଥିଲେ l