
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୂର୍ବାହ୍ନ ୧୧.୩୦ ରେ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ର ଅଗଣିତ ଭକ୍ତ, ସେବାୟତ, କର୍ମଚାରୀ ମାନଙ୍କ ସ୍ଵାସ୍ଥ୍ୟ ଜନିତ ଜରୁରୀ କାଳୀନ ଆବଶ୍ୟକତା ନିମନ୍ତେ ଖୋଲା ଯାଇଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛି । ଦର୍ଶନ ନିମନ୍ତେ ଆସିଥିବା ଦୁଇଜଣ ବୟୋଜ୍ୟେଷ୍ଠ ଭକ୍ତ,କଟକସ୍ଥ ଗଡମ୍ବା,ଝଜିଆ ଗ୍ରାମର ଶ୍ରୀ ମାଟିଆ ସ୍ୱାଇଁ ଏବଂ ସାତପଡ଼ା ଆଳୁ ପାଟଣା ଗ୍ରାମର ଶ୍ରୀ ରାଜୁ ଜେନା ଙ୍କ ଦ୍ଵାରା ଏହି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି ଶୁଭ ଅବସରରେ ଉପସ୍ଥିତ ବରିଷ୍ଠ ଅଧିକାରୀ ,କର୍ମଚାରୀ ଙ୍କ ଉପସ୍ଥିତରେ , ବରିଷ୍ଠ ଭକ୍ତ ଦୋୟ ଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ନୀତି ପ୍ରଶାସକ ଶ୍ରୀଜିତେନ୍ଦ୍ର କୁମାର ସାହୁ ଏବଂ ଉର୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା ସମ୍ବର୍ଦ୍ଧିତ କରିଥିଲେ ।ଉକ୍ତ ପ୍ରଥମିକ ଚିକିତ୍ସା କେନ୍ଦ୍ର ଟି ସକାଳ ୬ ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ କରିବ ।ଏଠାରେ ଆବଶ୍ୟକ ପରିମାଣ ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଉପଲବ୍ଧ ହେବାସହ, ଜରୁରୀକାଳୀନସ୍ଥିତିରେ ରୋଗୀଙ୍କୁ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଥିବା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାପାଇଁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଅଛି ।