-
ତୃତୀୟ ଦିନରେ ଭାରତର ମୋଟ ଟିକାକରଣ ୧୦.୮ କୋଟିକୁ ଅତିକ୍ରମ କରିଛି
-
୧୦ ରାଜ୍ୟର ଦୈନିକ କରୋନା ମାମଲାରେ ବୃଦ୍ଧି ହେଉଛି
ନୂଆଦିଲ୍ଲୀ, ଟିକା ଉତ୍ସବ ତୃତୀୟ ଦିବସରେ ପହଂଚିଥିବା ବେଳେ ଦେଶରେ ମୋଟ କୋଭିଡ-୧୯ ଟିକାକରଣ ୧୦.୮୫ କୋଟିକୁ ଅତିକ୍ରମ କରିଯାଇଛି ।ଆଜି ସକା ୭ଟା ସୁଦ୍ଧା ଦେଶରେ ମୋଟ ୧୬,୦୮,୪୪୮ ସେସନରେ ୧୦,୮୫,୩୩,୦୮୫ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି ୯୦,୩୩,୬୨୧ ଜଣ ଏଚସିଡବ୍ଲୁଙ୍କ ପ୍ରଥମ ଡୋଜ୍, ୫୫,୫୮,୧୦୩ ଜଣ ଏଚସିଡବ୍ଲୁଙ୍କ ଦ୍ୱିତୀୟ ଡୋଜ୍, ୧,୦୦,୭୮,୫୮୯ ଜଣ ଏଫଏଲଡବ୍ଲୁଙ୍କ ପ୍ରଥମ ଡୋଜ୍, ୪୯,୧୯,୨୧୨ ଜଣ ଏଫଏଲଡବ୍ଲୁଙ୍କ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୧୭,୧୨,୬୫୪ ଜଣ ହିତାଧିକାରୀଙ୍କ ପ୍ରଥମ ଡୋଜ୍, ୨୨,୫୩,୦୭୭ ଜଣଙ୍କ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୩,୪୨,୧୮,୧୭୫ ଜଣ ହିତାଧିକାରୀଙ୍କ ପ୍ରଥମ ଡୋଜ୍ ଏବଂ ୭,୫୯,୬୫୪ ଜଣ ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୦ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।
ଟିକାକରଣ ଅଭିଯାନର ୮୭ ତମ ଦିବସ(୧୨ ଏପ୍ରିଲ ୨୦୨୧)ରେ ୪୦,୦୪,୫୨୧ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୫୨,୦୮୭ ସେସନରେ ୩୪,୫୫,୬୪୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୫,୪୮,୮୮୧ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ରହିଛି ।ଦୈନିକ ଟିକାକରଣ କ୍ଷେତ୍ରରେ ଭାରତରେ ହାରାହାରି ୪୧,୬୯,୬୦୯ ଡୋଜ୍ ଟିକା ଦିଆଯାଉଛି, ଯାହାକି ବିଶ୍ୱସ୍ତରରେ ଅଗ୍ରଣୀ ।
ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧,୬୧,୭୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।
ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ କେରଳ ଆଦି ୧୦ଟି ରାଜ୍ୟରେ କୋଭିଡର ଦୈନିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନୂଆ ମାମଲା ମଧ୍ୟରୁ ୮୦.୮୦% ମାମଲା ଆସିଛି ଉପରୋକ୍ତ ୧୦ ରାଜ୍ୟରୁ ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୧,୭୫୧ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୧୩,୬୦୪ ଏବଂ ଛତିଶଗଡ଼ରେ ୧୩,୫୭୬ ମାମଲା ଚିହ୍ନଟ ହୋଇଛି ।
ଭାରତରେ ମୋଟ ସକ୍ରିୟ କରୋନା ମାମଲା ୧୨,୬୪,୬୯୮ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୯.୨୪% । ଗତ ୨୪ ଘଂଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୬୩,୬୮୯ ମାମଲା ବୃଦ୍ଧି ଘଟିଛି ।
ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତର ପ୍ରଦେଶ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୬୮.୮୫% ମାମଲା ରହିଛି । କେବଳ ମହାରାଷ୍ଟ୍ରରେ ଦେଶର ମୋଟ ସକ୍ରିୟ ମାମଲାର ୪୪.୭୮% ମାମଲା ରହିଛି ।