
ବେଲଗୁଣ୍ଠା-କରୋନାର ଦ୍ୱିତୀୟ ଲହରିରେ ଓଡ଼ିଶାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଗଞ୍ଜାମ ଜିଲ୍ଲାରେ ମଧ୍ୟ ସଂକ୍ରମଣ କିଛି ମାତ୍ରାରେ ବଢ଼ଥିବା ସୁଚନା ମିଳିଛି ।ଆଜି ବେଲଗୁଣ୍ଠା ଏନ୍.ଏ.ସି ଅନ୍ତର୍ଗତ ଭଗବତ ପାଟଣା ଅଞ୍ଚଳରେ ଜଣେ ୪୩ବର୍ଷୀୟ ପୁରୁଷ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି ।ରିପୋର୍ଟ ଆସିବା ପରେ ପ୍ରଶାସନ ତରଫରୁ ତାଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି ।ତାଙ୍କ ସଂଶ୍ପର୍ଷରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଠାବ କରାଯାଇ ପ୍ରଶାସନ ତରଫରୁ ସେମାନଙ୍କ କୋଭିଡ୍ ଟେଷ୍ଟ କରାଯାଇଛି ।ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପ୍ରକାଶ କରିଛନ୍ତି ।ତେଣୁ ବେଲଗୁଣ୍ଠା ସହରବାସୀ ଏହାକୁ ଭୟ ନ କରି ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ପାଳନ କରି ମାସ୍କ ପିନ୍ଧିବା,ସାମାଜିକ ଦୁରତ୍ୱ ରକ୍ଷା କରିବା ଅଯଥା ଗହଳି ନକରିବା ନେଇ ଅପିଲ କରିଛନ୍ତି ।ପ୍ରକାଶ ଥାଉ କି କରୋନାର ପ୍ରଥମ ଲହରିରେ ବେଲଗୁଣ୍ଠା ବ୍ଳକ ଗଞ୍ଜାମ ଜିଲ୍ଲାର ପ୍ରଥମ କରୋନା ମୁକ୍ତ ବ୍ଳକ ହୋଇଥିବା ବେଳେ ବର୍ତ୍ତମାନ ଗୋଟିଏ ଚିହ୍ନଟ ହେବା ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି ।
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO