
ବେଲଗୁଣ୍ଠା,ଦଣ୍ଡନାଚ ପାଇଁ ଶଶୁର ଘରକୁ ଯାଉଥିବା ବେଳେ ହାଇୱ। ଧକ୍କା ରେ ଯୁବକ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ନିକଟ ନୂଆ ଗାଁ ବ୍ରିଜ ଉପରେ। ବିପରୀତ ପଟୁ ଆସୁଥିବା ଏକ ହାଇୱା ସହ ମୁହାଁମୁହିଁ ଧକ୍କା ହେବା ଫଳରେ ତାରସିଂ ଥାନା ବିଲୁଆପଡା ଗ୍ରାମର ମଦନ ନାଇକ (୨୮) ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ରେ ଭର୍ତ୍ତି କରିବା ସହ ଦୁର୍ଘଟଣା ଗ୍ରସ୍ତ ହାଇୱାକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ବିଲୁଆପଡା ଗ୍ରାମର ମଦନ ନିଜ ବାଇକରେ ଶଶୁର ଘର ବେଲଗୁଣ୍ଠାକୁ ଦଣ୍ଡନାଚ ପାଇଁ ଯାଉଥିଲେ। ଏହି ସମୟରେ ନୂଆଗାଁ ବ୍ରିଜ ଉପରେ ଏକ ହାଇୱା ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାର ଡାହାଣ ଗୋଡ଼ ସହ ୨ହାତ ଭାଙ୍ଗିଯାଇଥିବା ଜଣାପଡିଛି। ଏଥି ସହ ମୁହଁରେ ମଧ୍ୟ ଗଭୀର ଆଘାତ ଲାଗିଛି। ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରିଛନ୍ତି। ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO