
ଜଗନ୍ନାଥ ପ୍ରସାଦ,ଚିତ୍ତରଞ୍ଜନ ଗନ୍ତାୟତ
ଜଗନ୍ନାଥ ପ୍ରସାଦ -:କଥାରେ ଅଛି ଦୃଢ ଶକ୍ତି ଆଉ କଠୋର ପରିଶ୍ରମ ଆଗରେ ସବୁକିଛି ସମ୍ଭବ I ଅଭାବ ଅନାଟନ ରେ ଥଲେ ବି ସେ କେବେବି ଭାଙ୍ଗି ଯାଇନାହାନ୍ତି I ଆଜି ଆମେ ଏମିତି ଜଣେ ସୁନା ଝିଅ ଙ୍କକଥା କହିବୁ ଯିଏ କି ଜଣେ ଦିବ୍ୟାଙ୍ଗ ହୋଇ ବି ସକ୍ଷମ Iକୁନି କୁନି ପିଲାଙ୍କ ଭବିଷ୍ୟତ ଗଢିବା ଲକ୍ଷରେସକାଳୁ ଉଠି ଭଙ୍ଗା ଟ୍ରାଇ ସାଇକେଲ ରେ ଦିନ ଟିକୁ ସେ ଆରମ୍ଭ କରନ୍ତି I କାହାଉପରେ ନିର୍ଭର ନ କରି ନିଜେ ସ୍ୱବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ସେ ଏକ ସ୍ୱତନ୍ତ୍ର ଉଦାହରଣ ସାଝିଛନ୍ତି Iଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ର ଅଲାଡି ଗ୍ରାମର ଦୟାନିଧି ସ୍ୱାଇଁ ଙ୍କ ବଡ଼ ଝିଅ ସାଗରୀ ସ୍ୱାଇଁ I ଜନ୍ମରୁ ପୋଲିଓ ରେ ଦୁଇ ଗୋଡ଼ ବଙ୍କା I ଯିବା ଆସିବା କରିବା ତାଙ୍କ ପାଇଁ ବହୁତ କଷ୍ଟ I ପାଠ ପଢିବା ପଢ଼ାଇବା ତାଙ୍କର ସଉକ I ବାପା ଅନ୍ୟ ଜିଲ୍ଲା ରେ ଦାଦନ ଖଟନ୍ତି I ଭାଇ ଭଉଣୀ ଚାରି I ଭଲ ମାର୍କ ରଖି ପାସ ହେବା ପରଠାରୁ ଗାଁ ରେ କୁନି ପିଲାମାନଙ୍କୁ ପାଠ ପଢାନ୍ତି I ଦିଦି ସହଜ ସରଳ ରେ ସବୁ ପାଠ କୁ ଟିକିନିକ ବୁଝେଇ ପାରୁଥିବା ପିଲାଏ କହିଛନ୍ତି I ଭତା ଓ ଚାଉଳ ପାଈଁ ନୁହେଁ ଛୋଟିଆ ସରକାରୀ ଚାକିରୀ ଖଣ୍ଡିକ ମିଳନ୍ତା ତେବେ ସେ ଖୁସି ହୁଅନ୍ତେ ବୋଲି କହିଛନ୍ତି ସାଗରୀ ଏଥି ସହ ଗ୍ରାମର ଜନସାଧାରଣ ମଧ୍ୟ ସରକାର ସାଗରୀ ଙ୍କୁ ସାହାଯ୍ୟ କରିବା ନିମନ୍ତେ ଗୁହାରୀ କରିଛନ୍ତି.