-
ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ, ଦେଶରେ କୋଭିଡ-19 ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନର ସ୍ଥିତି ସମୀକ୍ଷା ପାଇଁ 4 ଏପ୍ରିଲ, 2021ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ ଉପଯୁକ୍ତ ବ୍ୟବହାର ଓ ଟିକାକରଣର ପଞ୍ଚ ସୂତ୍ରୀ ରଣନୀତି ଉପରେ ଗୁରୁତ୍ବାରୋପ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।ଜନହିତରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକର ଅଗ୍ରଣୀ ଭୂମିକାକୁ ମନ୍ତ୍ରଣାଳୟ ଦୋହରାଇଛି। ତେଣୁ କୋଭିଡ-ଉପଯୁକ୍ତ ବ୍ୟବହାର ଏବଂ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣର ବାର୍ତ୍ତା ପ୍ରଚାର କରି ‘ଦଓ୍ବାଇ ଭି କଡ଼ାଇ ଭି’ ସମ୍ପର୍କରେ ଅଧିକ ମାତ୍ରାରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO