ରାଉରକେଲା, ରାଜ୍ୟରେ କରୋନାର ପ୍ରକୋପ ବଢିବା ଦେଖି ଗତକାଲି ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାକୁ ବିଭିନ୍ନ ପରାମର୍ଶ ଦେବାପରେ ଆଜି ରାଉରକେଲାରେ ଲୋକଙ୍କ ମୁହଁରେ ମାସ୍କ ଦେଖିବାକୁ ମିଳିଛି, କିନ୍ତୁ ଏହି ମାସ୍କ ନାକ ତଳେ ରହିଲା, ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ମାନେ ଆଜି ଅନେକ ଦିନ ପରେ ବାହାରକୁ ଆସିଥିବା ଦେଖା ଯାଇଥିବା ବେଳେ ମିଡିଆ ଆଗରେ ଏମାନଙ୍କ ଗାଡି ପଛରେ ଥିବା ଦୃଶ୍ୟ ଜାଣିବା ଶୁଣିବା ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି, ହେଲେ ସବୁଠୁ ବଡ କଥା ହେଲା ସରକାର ଲୋକ ସମ୍ପର୍କ ବିଭାଗକୁ ପ୍ରଚାର ପ୍ରସାର ଲାଗି ଗତକାଲି କହିଥିବା ବେଳେ ଏହି ବିଭାଗକୁ ଆଜି ସହରର ଚଳଚଂଚଳ ଅଂଚଳରେ ଦେଖିବାକୁ ମିଳିନାହିଁ ।
ସୁନ୍ଦରଗଡ ଜିଲ୍ଲାରେ କରୋନାର ପ୍ରଭାବ ରାଜ୍ୟର କରୋନା ଗ୍ରାଫରେ ଆଗକୁ ରହୁଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଆଦେଶ ସହରରେ କିଛିଟା ପ୍ରଭାବ ପକାଇଥିବା ଦେଖାଯାଇଛି । ଆଜି ରାଉରକେଲା ଛେଣ୍ଡକଲୋନୀ ବଜାରର ପାଖରେ ଥିବା ମାଛ ବଜାରରେ ପ୍ରବଳ ଭିଡ଼ ଥିବା ବେଳେ ସେଠାରେ ସାମାଜିକ ଦୂରତା ନଥିଲା ଓ ମାସ୍କ ଗୁଡିକ ପ୍ରାୟ ନାକ ତଳେ ରହିଥିବା ଦେଖା ଯାଇଥିଲା । ଏତିକି ବେଳେ ରାଉରକେଲା ଏଡିଏମଙ୍କ ଗାଡି ସେହି ଅଂଚଳରେ ପହଁଚିବା ସହ ନିଜେ ଏଡିଏମ ଗାଡିରୁ ଓହ୍ଲାଇ ବେପାରୀ ମାନଙ୍କୁ ତାଗିଦ୍ କରୁଥିବାର ଦେଖାଯାଇଥିଲା, ହେଲେ ତାଙ୍କ ଗାଡି ଚାଲିଜିବା ପରେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା ଦେଖା ଯାଇଥିଲା । ଆଜି ସାପ୍ତାହିକ ବଜାର, ନିୟମିତ ବଜାର ଓ ରାସ୍ତା ଘାଟରେ ଥିବା ଲୋକଙ୍କୁ ପ୍ରାୟ ମାସ୍କ ପିନ୍ଧିଥିବାର ଦେଖାଯାଇଥିବା ବେଲେ ଅନେକଙ୍କ ମାସ୍କ ନାକ ତଳେ ଥିବାର ଦେଖାଯାଇଛି । ଅନେକ ଆଦୌ ମାସ୍କ ପିନ୍ଧିନଥିବା ମଧ୍ୟ ଦେଖାଯାଇଛି । ତେବେ ଆଜି ପୁଲିସ ପକ୍ଷରୁ ବିଭିନ୍ନ ଛକରେ ଏହା ଉପରେ ତିକ୍ଷଣ ଦୃଷ୍ଟି ରଖା ଯାଇଥିବା ବେଳେ କେତେକ ଯାଗାରେ ପୁଲିସ କେବଳ ପରିବା ବଜାରରେ ମିଡିଆ ସମ୍ମୁଖରେ ନିଜ ଡ୍ୟୁଟି କିଛି କ୍ଷଣକ ଲାଗି କରିଥିବା ଆଲୋଚନାର ବିଷୟ ହୋଇଛି ।
ଅନ୍ୟ ପକ୍ଷରେ ପ୍ରଶାସନିକ ଅଧିକାରୀ ମାନେ ପହଁଚିବା ଓ ତାଙ୍କ ପଛରେ ମିଡିଆ ପହଁଚିବାକୁ ନେଇ ସାଧାରଣରେ ଏଭଳି ଡ୍ୟୁଟିକୁ ନାନା ଆଲୋଚାନା କରାଯାଇ ବାସ୍ତବରେ ଡ୍ୟୁଟି ହେବା ଦରକାର ମିଡିଆ ଆଗର ଦେଖାବା ଭଳି ନୁହେଁ ବୋଲି କୁହାଯାଉଛି । ରାଉରକେଲା ସହରର ଏକ ମଦଦୋକାନ ପାଖରେ ଗତକାଲି ନାଇଟ କର୍ଫ୍ୟୁ ଜାରୀ ହେବା ସତ୍ୱେ କିଛି ମଦୁଆ ମନମାନି କରିବାରୁ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ କରୋନା ସମ୍ପର୍କରେ ସଚେତନତା ଲାଗି ରାଜ୍ୟ କୋକସମ୍ପର୍କ ବିଭାଗ ମୁଖ୍ୟ ଭୂମିକା ନେବ ବୋଲି ସରକାର ଗତକାଲି କହିଥିବା ବେଳେ ରାଉରକେଲାରେ ତାହା ଦେଖା ଯାଇନି ।