
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ପିତ୍ତଳ ବାଳିକା ପ୍ରାଥମିକ ବିଦ୍ୟାଳୟରେ ତିନି ଦିନିଆ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟାଙ୍କ ତାଲିମ୍ ଶିବିର ଅନୁଷ୍ଠିତ ହେଉଛି । ଶିକ୍ଷାବିତ ତଥା ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ମୂଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କମିଟି ସଭ୍ୟ ସଭ୍ୟାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସୁନୀତି ଦାଶ, ସହକାରୀ ଟି. କୃଷ୍ଣା ଓ ଶିକ୍ଷୟତ୍ରୀ ଏନ୍ ରେଖା ସରକାରଙ୍କ ଗାଇଡ ଲାଇନ୍ ଅନୁସରଣ କରି ତାଲିମ ପ୍ରଦାନ କରିଥିଲେ । ଏଥିରେ ସଭାପତି ରାମହରି ସାହୁ ଓ ସଭ୍ୟ ସଭ୍ୟା ତଥା ଅଭିମନ୍ୟୁ ଡାକୁଆ, ଏ. ପଦ୍ମାବତୀ, ଭାରତୀ ପାତ୍ର, ମାମା ନାୟକ, ସିମାଂଚଳ ସେନାପତି, ଭଗବାନ ସାହୁ, ରବି ସେଠୀ, ଝିଲି ଗନ୍ତାୟତ, ମିତା ନାୟକ, ସୁଜନ୍ତୀ ପ୍ରଧାନ, ସନ୍ତୋଷ ନାୟକ, ପୁଷ୍ପାଞ୍ଜଳି ପଣ୍ଡା, ବି. ସରୋଜିନୀ, ରୀତା ମହାପାତ୍ର ପ୍ରମୁଖ ଏହି ତାଲିମ କେନ୍ଦ୍ରରେ ଅଂଶଗ୍ରହଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO