ଗାନ୍ଧୀନଗର , ଗୁଜରାତରେ ଗତ ୨୪ ଘଂଟାରେ ୨୬୪୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୩,୫୫୯ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୪,୫୩୯ ଜଣ ମୃତ୍ୟୁବରଣ କରିଛନ୍ତି ।
ଆନ୍ଧ୍ର ପ୍ରଦେଶରେ ୨୪ ଘଂଟାରେ କରୋନାର ୧୨୮୮ ନୂଆ ମାମଲା
ହାଇଦ୍ରାବାଦ , ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ ୧୨୮୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୦୪୫୪୮ ହୋଇଛି ।ରାଜ୍ୟରେ ବର୍ତମାନ ଯାଏ ୮୮୧୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।